ସିଆରପିଏଫ ପୋଷ୍ଟ ଉପରେ ହୋଇଥିବା ଆତଙ୍କବାଦୀ ହମଲାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ଏହି ହମଲାରେ ସାମିଲ ଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ ଲତିଫ ଭଟ୍ଟର ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ।। ଆଜି ଜମ୍ମୁ-କଶ୍ମୀରର କୁଲଗାମରେ ହୋଇଥିବା ଏନକାଉଣ୍ଟରରେ ଲତିଫ ଓ ତା’ର ଜଣେ ସହଯୋଗୀ ପ୍ରାଣ ହରାଇଛନ୍ତି।
କିଛି ରିପୋର୍ଟରେ ଲତିଫକୁ ମିଶାଇ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି। କିନ୍ତୁ ଆଉ କିଛି ଗଣମାଧ୍ୟମ ବର୍ତ୍ତମାନ ସୁଦ୍ଧା କେବଳ ଲିତଫ ହିଁ ପ୍ରାଣ ହରାଇଛି ଓ ତା’ର ସହଯୋଗୀ ସୁରକ୍ଷାକର୍ମୀଙ୍କ କର୍ଡନରେ ଫସି ରହିଛି। ତା’କୁ ନିପାତ କରିବା ପାଇଁ ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି। ତେବେ ଏ ସମ୍ପର୍କରେ ସେନା ପକ୍ଷରୁ କିଛି ବି କୁହାଯାଇ ନାହିଁ।
ନଭେମ୍ବର ୧୧ ତାରିଖରେ ଜମ୍ମୁ-କଶ୍ମୀରର କୁଲଗାମ ଅନ୍ତର୍ଗତ ମୀର ବଜାର ନିକଟ ଅଖରନ ସ୍ଥିତ ସିଆରପିଏଫ ଚେକ ପୋଷ୍ଟ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ବାଇକରେ ଆସିଥିବା ୨ ଜଣ ଆତଙ୍କବାଦୀ ଅତର୍କିତ ଗୁଳିମାଡ଼ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।
ଆତଙ୍କବାଦୀମାନେ ମାତ୍ର ୧୫ ସେକେଣ୍ଡରେ ମାଡ଼ କରିଥିଲେ ୩୦ ରାଉଣ୍ଡ ଗୁଳି। ଆଉ ଏଥିରେ ହେଡ୍ କନଷ୍ଟେବଲ ସୋମବୀର ସିଂହ, କନଷ୍ଟେବଲ ରାକେଶ ଦାସ ଓ ସନ୍ତୋଷ ଚନ୍ଦ୍ରୁ ଆହତ ହୋଇଥିଲେ।