ଯଦି ଆପଣ ଅନଲାଇନ୍ ପେମେଣ୍ଟ ପାଇଁ Google Pay, PhonePe କିମ୍ବା Paytm ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । କାରଣ ଆସନ୍ତାକାଲି ୪୫ ମିନିଟ୍ ପାଇଁ ବନ୍ଦ ରହିବ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର UPI ସେବା । ନଭେମ୍ବର ୧୯ ତାରିଖ ରାତି ୧ଟା ୧୫ ମିନିଟ୍ରୁ ୨ଟା ପର୍ଯ୍ୟନ୍ତ ଏହି ସେବା ଅସ୍ଥାୟୀ ଭାବେ ବନ୍ଦ ରହିବ । ବ୍ୟାଙ୍କ ପକ୍ଷରୁ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ବା ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ SBI ନିଜ ଗ୍ରାହକଙ୍କୁ ସୂଚନା ଦେଇଛି । ତେବେ ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଶେଷ ହୋଇପାରେ ବୋଲି ବ୍ୟାଙ୍କ କହିଛି ।

ତେବେ ଗ୍ରାହକଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର । ସାଧାରଣ UPI ସେବା ବନ୍ଦ ରହିଥିଲେ ମଧ୍ୟ UPI Lite ସେବା ଜାରି ରହିବ । ଏହାଦ୍ୱାରା ଗ୍ରାହକ ଛୋଟ ଛୋଟ ପେମେଣ୍ଟ କରିପାରିବେ । ତେଣୁ ଯେଉଁମାନେ SBI ଆକାଉଣ୍ଟ ଜରିଆରେ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି, ସେମାନେ ଏହି ସମୟକୁ ଧ୍ୟାନରେ ରଖନ୍ତୁ । ଜରୁରୀ ଟଙ୍କା କାରବାର ଥିଲେ ଆଗୁଆ କରିନିଅନ୍ତୁ ।