୧୧ ବର୍ଷ ପରେ ପଡ଼ିଆକୁ ଫେରିଲେ ରୋନାଲଡିନୋ

ଫୁଟ୍‌ବଲ୍ ପଡ଼ିଆକୁ ପୁଣି ଫେରିଛନ୍ତି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର୍ ରୋନାଲଡିନୋ। ୪୬ ବର୍ଷ ବୟସରେ ପ୍ରତିଯୋଗିତାମୂଳକ ଫୁଟ୍‌ବଲ୍‌କୁ ତାଙ୍କର ଏହି ପ୍ରତ୍ୟାବର୍ତ୍ତନକୁ ନେଇ ଫୁଟବଲ୍ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଆଉ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି ତାଙ୍କ ଦଳ ରେଭେନ୍ନା।

May be an image of soccer, football and text

ଇଟାଲୀର ତୃତୀୟ ଡିଭିଜନ୍ ସିରି-ସି’ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରେଭେନ୍ନା ୨-୦ ଗୋଲରେ ଫୋର୍ଲିକୁ ପରାସ୍ତ କରିଛି। ଏହି ମ୍ୟାଚରେ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ରୋନାଲ୍‌ଡିନୋ। ଦର୍ଶକଙ୍କ ଜୋରଦାର ଅଭିବାଦନ ମଧ୍ୟରେ ସେ ପ୍ରଥମାର୍ଦ୍ଧର ପୂରା ୪୫ ମିନିଟ୍ ଖେଳିଥିଲେ। ମ୍ୟାଚର ୩୬ତମ ମିନିଟ୍‌ରେ ଜୁଲିଓ ଡୋନାଟିଙ୍କ ଗୋଲରେ ରହିଥିଲା ରୋନାଲଡିନୋଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏହାପରେ ୫୮ତମ ମିନିଟରେ ସିମୋନ ରାବି ଆଉ ଏକ ଗୋଲ୍ ଦେଇ ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ।

🎙️If they call, I'll return: Ronaldinho dazzled at Ravenna - Yahoo Sports

ସୂଚନାଯୋଗ୍ୟ, ରୋନାଲଡିନୋ ଶେଷଥର ପାଇଁ ୨୦୧୫ ସେପ୍ଟେମ୍ବରରେ  ଫଲୁମିନେନ୍ସ ପକ୍ଷରୁ ପେସାଦାର ଫୁଟବଲ ଖେଳିଥିଲେ। ୨୦୧୮ରେ ସେ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିଥିଲେ। ରେଭେନ୍ନା କ୍ଲବ୍‌ର ସଭାପତି ଇଗ୍ନାଜିଓ ସିପ୍ରିଆନିଙ୍କ ସହ ବନ୍ଧୁତା ଯୋଗୁଁ ଚଳିତ ବର୍ଷ ଜୁନ୍‌ରେ ସେ କ୍ଲବ୍ ସହ ଚୁକ୍ତି କରିବା ସହ ଏହାର କିଛି ଅଂଶଧନ ମଧ୍ୟ ହାସଲ କରିଥିଲେ। ୨୦୦୨ ଫିଫା ବିଶ୍ୱକପ୍ ବିଜେତା ବ୍ରାଜିଲ ଦଳର ସଦସ୍ୟ ଥିବା ରୋନାଲଡିନୋ ୨୦୦୫ରେ ବାଲନ୍ ଡି’ଓର୍ ପୁରସ୍କାର ଜିତିଥିଲେ। ଏହାର ପରବର୍ଷ ବାର୍ସିଲୋନାକୁ ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ଜିତାଇବାରେ ମଧ୍ୟ ତାଙ୍କର ଥିଲା ପ୍ରମୁଖ ଭୂମିକା। ଦୀର୍ଘ ବର୍ଷ ପରେ ପୁଣି ପଡ଼ିଆକୁ ଫେରି ରୋନାଲଡିନୋ ପୁଣିଥରେ ଫୁଟବଲ ପ୍ରେମୀଙ୍କ ମନ ଜିଣିଛନ୍ତି।

Brazil great Ronaldinho returns to club football in Italy with 3rd-tier  Ravenna at age 46 – KX NEWS