ଅର୍ଣବ’ ବାତ୍ୟା ର ପ୍ରଭାବ ରେ ଗଞ୍ଜାମ ଜିଲ୍ଲା ତଥା ଶେରଗଡ ବ୍ଲକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଯାହା ଶେରଗଡ ଅଞ୍ଚଳରେ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟା ରେ କୃଷି, ବ୍ୟବସାୟ, ସାଧାରଣ ଜନତା ଙ୍କ ସହିତ ସମସ୍ତ ବିଭାଗ କ୍ଷତିଗ୍ରସ୍ତ ହୋଈଥିଲା ଏବଂ ଧନ ସମ୍ପତ୍ତି ଭାସିଯିବା ସହ ଜୀବନ ହାନି ଘଟିଥିଲା। ଦୁଇ ଦିନ ପୂର୍ବରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ଲାଗି ବିଜେଡି ଦଳର ସୁପ୍ରିମୋ ତଥା ସ୍ଥାନୀୟ ବିଧାୟକ ତାଙ୍କର ଏକ ଟିମ କୁ ଶେରଗଡ ପଠାଈଥିଲେ। ଏହି ଟିମ କ୍ଷତିଗ୍ରସ୍ତ ସମସ୍ତ ଅଞ୍ଚଳ ପରିଦର୍ଶନ କରି ରାଜ୍ୟ ସଭାପତି ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

କ୍ଷତିଗ୍ରସ୍ତ ହୋଈଥିବା ରିପୋର୍ଟ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପାଈବା ପରେ ଅତି ଶୀଘ୍ର ନିଜର ନିର୍ବାଚନ ମଣ୍ଡଳୀ କୁ ଆସି ‘ଅର୍ଣବ’ ରେ କ୍ଷତିଗ୍ରସ୍ତ ସମସ୍ତ ଅଞ୍ଚଳ ପରିଦର୍ଶନ କରିବେ ବୋଲି ଜଣାପଡିଛି ଏବଂ ଏହି ପରିଦର୍ଶନ ସମୟରେ ଶେରଗଡ ରେ କ୍ଷତିଗ୍ରସ୍ତ ଚାଷୀ, ବ୍ୟବସାୟୀ ଏବଂ ସାଧାରଣ ଜନତା ଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ସୁପ୍ରିମୋ ଙ୍କ ଶେରଗଡ ପରିଦର୍ଶନ ଥିବାରୁ ଆଜି ପୋଲସରା ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ, ଦକ୍ଷିଣାଞ୍ଚଳ ଜୋନ ବିଜେଡି ସଭାପତି ନଚିକେତା ସ୍ବାଈଁ,ବିରୋଧୀ ଦଳର ନେତା ତଥା ସ୍ଥାନୀୟ ବିଧାୟକ ଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଯୁବ ନେତା ବାସୁଦେବ ସ୍ବାଈଁ, ଯୁବ ନେତା ଈ.ଚିନ୍ମୟ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ସମୀର ପ୍ରଧାନ, ଅନୀଲ ମହାପାତ୍ର, ଶେରଗଡ ରେ ବିଜେଡି ର ପ୍ରତିଷ୍ଠାତା ସଦସ୍ୟ ହରିହର ଦାସ ଙ୍କ ସହିତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ହେଲିପ୍ୟାଡ ଏବଂ ବୈଠକ ସ୍ଥଳ ସ୍ଥିର ଲାଗି ପରିଦର୍ଶନ କରିଥିଲେ।