ଦୀର୍ଘ ବର୍ଷର ଆଇନଗତ ଲଢ଼େଇ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି। ଦୀର୍ଘ ୬ ବର୍ଷ ଧରି ଚାଲିଥିବା ମାନହାନି ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁଲତାନପୁର କୋର୍ଟ। ୨୦୧୮ ମସିହାରୁ ଚାଲିଥିବା ଏହି ମାମଲାରେ ଅକ୍ଟୋବର ୨୬ ତାରିଖରେ ରାୟ ଶୁଣାଇଛନ୍ତି ସାଂସଦ-ବିଧାୟକ କୋର୍ଟର ମାଜିଷ୍ଟ୍ରେଟ୍ ଶୁଭମ୍ ବର୍ମା। ରାୟ ଶୁଣିବା ପାଇଁ ରାହୁଲ ଗାନ୍ଧୀ ନିଜେ କୋର୍ଟରେ ହାଜର ହୋଇଥିଲେ।

Rahul Gandhi to Appear in Sultanpur Court Today in Defamation Case - Read  Full Report Here

୨୦୧୮ ମସିହାରୁ ଚାଲିଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି। ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ବିଜୟ ମିଶ୍ର ତାଙ୍କ ବିରୋଧରେ ଏହି ମାନହାନି ମାମଲା ଦାୟର କରିଥିଲେ। ୨୦୧୮ ମେ’ ୮ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବେଙ୍ଗାଲୁରୁରେ ରାହୁଲ ଗାନ୍ଧୀ ବିଜେପି ନେତା ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ୨୦୧୮ ଅଗଷ୍ଟ ୪ ତାରିଖରେ ବିଜୟ ମିଶ୍ର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ୨୦୨୩ ନଭେମ୍ବର ୨୭ରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲେ। ୨୦୨୪ ଫେବୃଆରୀ ୨୦ରେ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ ମିଳିଥିଲା।

അമിത് ഷാക്കെതിരെ അപകീർത്തി പരാമർശം: രാഹുൽ ഗാന്ധിക്കെതിരായ കേസ് തള്ളി | Sultanpur  Court Acquits LoP Rahul Gandhi In 2018 Defamation Case Over Remarks Against  Amit Shah | Madhyamam

ମାମଲାର ଶୁଣାଣି ସମୟରେ ଉଭୟ ପକ୍ଷଙ୍କ ବୟାନ ଓ ସାକ୍ଷ୍ୟ ରେକର୍ଡ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ ସ୍ୱର ନମୁନା ଯାଞ୍ଚ ପାଇଁ ଅଭିଯୋଗକାରୀଙ୍କ ଆବେଦନକୁ ମାଜିଷ୍ଟ୍ରେଟ୍ କୋର୍ଟ ଖାରଜ କରିଥିଲେ। ପରେ ସେସନ୍ସ କୋର୍ଟ ଓ ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ଏହି ପ୍ରସଙ୍ଗରେ ଅଭିଯୋଗକାରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅକ୍ଟୋବର ୬, ୨୦୨୬ରେ ସୁଲତାନପୁର କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଅକ୍ଟୋବର ୧୨ରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା। ଶେଷରେ ଅକ୍ଟୋବର ୨୬ରେ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

Rahul Gandhi 2018 Defamation Case Dismissed By Sultanpur Court | Times Now

ରାହୁଲ ଗାନ୍ଧୀଙ୍କ ଓକିଲ କାଶୀ ପ୍ରସାଦ ଶୁକ୍ଲାଙ୍କ ସୂଚନା ଅନୁସାରେ, ୨୦୧୮ରୁ ବିଚାରାଧୀନ ଥିବା ଏହି ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଏହି ରାୟ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ଭାବେ ଦେଖାଯାଉଛି। ଦୀର୍ଘ ବର୍ଷର ଆଇନଗତ ଲଢ଼େଇ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି।