ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ଭୀଷଣ ବାତ୍ୟା ‘ଅର୍ଣ୍ଣବ’ (Arnab) ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ବାତ୍ୟା କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିଲୋମିଟର ରହିଛି, ଯାହା ଝଟକା ସହିତ ଘଣ୍ଟା ପ୍ରତି ୧୫୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ତେବେ, ଆଜି ପୂର୍ବାହ୍ନ ୧୧:୩୦ ରୁ ଅପରାହ୍ନ ୫:୩୦ ମଧ୍ୟରେ ସମୁଦ୍ର ମଧ୍ୟରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୫୦-୧୬୦ କିଲୋମିଟର ହେବାର ସମ୍ଭାବନା ଅଛି ଏବଂ ଝଟକା ସହିତ ଏହା ଘଣ୍ଟା ପ୍ରତି ୧୮୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ‘ଅର୍ଣ୍ଣବ’ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ (Very Severe Cyclonic Storm) ଭାବରେ ରହିବ।
#CyclonArnab —
The impact of severe cyclonic storm Arnab over the west-central Bay of Bengal has begun to be felt across coastal #AndhraPradesh , with gusty winds reported in coastal districts.
As on 27th October morning, very severe cyclonic storm over Westcentral Bay of Bengal moved nearly westwards with a speed of 22 kmph, over the same region near 260 km southeast of Vishakhapatnam (Andhra Pradesh), 300 km east-southeast of Kakinada (Andhra Pradesh), 380 km south of Gopalpur (Odisha), 390 km east of Machilipatnam (Andhra Pradesh), 460 km east of Bapatla (Andhra Pradesh) and 980 km west-northwest of Sri Vijaya Puram (Andaman Islands).
It is very likely to move west-northwestwards till evening of 27th October. Thereafter, it is very likely to move northwestwards and cross Andhra Pradesh & Yanam coasts between Bapatla and Visakhapatnam, close to Yanam as a very severe cyclonic storm with the maximum sustained wind speed of 115-125 kmph gusting to 140 kmph by forenoon of 28th October, 2026.
— NewsMeter (@NewsMeter_In) October 27, 2026
ଆଜି ରାତି ପରେ ପବନର ବେଗ ଧୀରେ ଧୀରେ ହ୍ରାସ ପାଇବ। ଆଜି ରାତି ୧୧:୩୦ ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୧୩୫-୧୪୫ କିଲୋମିଟର ରହିପାରେ, ଯାହା ଝଟକା ସହିତ ଘଣ୍ଟା ପ୍ରତି ୧୬୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।
ଆସନ୍ତାକାଲି (ଅକ୍ଟୋବର ୨୮) ସକାଳ ୫:୩୦ ସୁଦ୍ଧା ଏହା ସାମାନ୍ୟ କମି ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର (ଝଟକା ସହିତ ୧୫୦ କିଲୋମିଟର) ହେବ, କିନ୍ତୁ ସେତେବେଳେ ମଧ୍ୟ ଏହା ଏକ ‘ଅତ୍ୟନ୍ତ ଭୀଷଣ ବାତ୍ୟା’ ଭାବରେ ବଜାୟ ରହିବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା, ଏହି ବାତ୍ୟା ଦୁର୍ବଳ ହୋଇ ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm) ରେ ପରିଣତ ହେବ, ଯେଉଁ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦-୧୦୦ କିଲୋମିଟର (ଝଟକା ସହିତ ୧୧୦ କିଲୋମିଟର) ରହିବ। ଅକ୍ଟୋବର ୨୯ ତାରିଖରୁ, ବାତ୍ୟା ‘ଅର୍ଣ୍ଣବ’ ଆହୁରି ଦୁର୍ବଳ ହୋଇ ପ୍ରଥମେ ଏକ ‘ଗଭୀର ଅବପାତ’ (Deep Depression) ଏବଂ ପରେ ଏକ ‘ଅବପାତ’ (Depression) ରେ ପରିଣତ ହେବ।