ନିରାକାରପୁର କଲେଜରେ ନିର୍ବାଚନ ବାତିଲ

ଖୋରଧା ଜିଲ୍ଲାର ନିରାକାରପୁର କଲେଜ କ୍ଷେତ୍ରବାସୀ ଡି.ଏ.ଭି. ମହାବିଦ୍ୟାଳୟ (KBDAV College) ନିରାକାରପୁର ଛାତ୍ର ନିର୍ବାଚନ ବାତିଲ । କଲେଜ ଇଲେକ୍ସନକୁ ଗଣ୍ଡଗୋଳ ସାଙ୍ଗକୁ ପରିସ୍ଥିତି ଅଣାୟତ ଥିବା କାରଣରୁ ଏହି ଇଲେକ୍ସନକୁ କଲେଜର ଅଧ୍ୟକ୍ଷଙ୍କ ସୁପାରିଶକ୍ରମେ କଲେଜ ଇଲେକ୍ସନକୁ ବାତିଲ କରିଛନ୍ତି ଖୋରଧା ଉପ-ଜିଲ୍ଲାପାଳ । କଲେଜ ପରିସର ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ 7 ଦିନ ପାଇଁ 163 ଧାରା ଲାଗୁ କରାଯାଇଛି ।

ପ୍ରତ୍ୟେକ ସ୍ଥାନରେ ପରିସ୍ଥିତିକୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିରାକାରପୁର କଲେଜ ଇଲେକ୍ସନ ବାତିଲ ହେବା ପରେ କଲେଜର ଛାତ୍ରଛାତ୍ରୀ ମାନେ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରି ରାସ୍ତାରେ ନିଆଁ ଲଗାଇ ରୋଡ଼ ବ୍ଲକ୍ କରିଛନ୍ତି । ରୋଡ଼ ବ୍ଲକ ଯୋଗୁଁ ନୂଆ ଜଗନ୍ନାଥ ସଡ଼କରେ ଗାଡ଼ ମୋଟର ଚଳାଚଳ ଠପ୍ ହୋଇଛି । ପୋଲିସ ପକ୍ଷରୁ ଉତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରାଯାଉଛି ।