ସଲମାନ ଖାନ୍ଙ୍କ ଫ୍ୟାନ୍ଙ୍କ ପାଇଁ ବଡ଼ ଖୁସି ଖବର। ଏବେ ଫିଲ୍ମ ଓ ଟିଭି ପରେ ଡିଜିଟାଲ୍ ଦୁନିଆରେ ପାଦ ଥାପିଛନ୍ତି ସଲମାନ। ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିବା ସହ ପ୍ରଥମ ଭିଡିଓ ସେୟାର କରିଛନ୍ତି ଦବଙ୍ଗ ଖାନ୍। ତେବେ ତାଙ୍କର ଏହି ଏଣ୍ଟ୍ରି ଯେତିକି ନିଆରା, ସେତିକି ମଜାଦାର ମଧ୍ୟ। ସଲମାନ ଖାନ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଟିଜର୍ ସେୟାର କରି ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ ନେଇ ସୂଚନା ଦେଇଛନ୍ତି। ଭିଡିଓ ସହ ସେ ଲେଖିଛନ୍ତି, “ଶୁରୁ ସେ ଶୁରୁ କରତେ ହୈଁ… ମୋର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଇ ରୁ ତ ପର୍ୟ୍ୟନ୍ତ ସବୁକିଛି ଏଠାରେ ମିଳିବ।”
ଏହି ଘୋଷଣା ପରେ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ୍। କେହି ତାଙ୍କ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରୁଥିବା ବେଳେ ଆଉ କେହି କମେଣ୍ଟ୍ ଜରିଆରେ ନିଜ ଉତ୍ସାହ ପ୍ରକାଶ କରୁଛନ୍ତି।