ଦୋମୁହାଁ ଟ୍ରମ୍ପ: ଭାରତକୁ ଧମକ, ନିଜେ ରୁଷ ଠାରୁ ତେଲ କିଣୁଛନ୍ତି

ଦୋମୁହାଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଦୋମୁହାଁ ନୀତି ପୁଣି ପର୍ଦ୍ଦାଫାସ ହୋଇଛି। ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବା ଭାରତ ଉପରେ ଟ୍ରମ୍ପ ଆକାଶ ଛୁଆଁ ଶୁଳ୍କ ଲଗାଇଛନ୍ତି। ଏଥିସହ ଆଗକୁ ଅତିରିକ୍ତ ଟାରିଫ ଲଗାଇବାର ଧମକ ଦେଉଛନ୍ତି।
କିନ୍ତୁ ଆମେରିକାକୁ ରୁଷ ଡିଜେଲ ଆମଦାନୀ କରିବା ପାଇଁ ଟ୍ରମ୍ପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଗୋଟିଏ ଡିଲ କରିବାରେ ଲାଗି ପଡ଼ିଛନ୍ତି।
କିଛି ସପ୍ତାହ ତଳେ ଆମେରିକା ସଂସଦରେ ଲିଣ୍ଡସେ ଗ୍ରାହାମ ସାଙ୍କସନିଂ ରୁଷ ଓ ଇରାନ ବିଲ୍‌ରେ ଟ୍ରମ୍ପ ଦସ୍ତଖତ କରିଥିଲେ। ଏହି ଆଇନ ବଳରେ ରୁଷ ଠାରୁ ତେଲ କିଣୁଥିବା ଭାରତ ଓ ଚାଇନା ଭଳି ଦେଶଗୁଡ଼ିକ ଉପରେ ୧୦୦% ଟାରିଫ ଲଗାଇବାକୁ ଟ୍ରମ୍ପ କ୍ଷମତା ପାଇଛନ୍ତି। ଏପରି ପଦକ୍ଷେପ କେବଳ ଭାରତ ଓ ଆମେରିକା ସମ୍ପର୍କକୁ ତିକ୍ତ କରିନାହିଁ, ବରଂ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଡିଲ୍‌ ଉପରେ ପ୍ରଭାବ ପକାଇଛି।