ବିଶ୍ୱକପ୍ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ଏହି ଖେଳାଳିଙ୍କ ନାଁରେ

୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର। ଭାରତୀୟ ଦଳ ମଧ୍ୟ ଶକ୍ତିଶାଳୀ ଟିମ୍‌ ଗଠନ ଦିଗରେ ଆଗକୁ ବଢୁଛି। ତେବେ ବିଶ୍ୱକପ୍‌ ରେକର୍ଡ କଥା ଆସିଲେ, ଭାରତୀୟ ତାରକା ରୋହିତ ଶର୍ମାଙ୍କ ନାମ ସବୁଠୁ ଆଗରେ ରହିଛି। ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାମରେ ରହିଛି।

No photo description available.

ରୋହିତ ଏପର୍ଯ୍ୟନ୍ତ ବିଶ୍ୱକପ୍‌ର ୨୮ଟି ଇନିଂସ୍‌ରେ ୫୪ଟି ଛକା ମାରିଛନ୍ତି। ଏହା ସହିତ ବିଶ୍ୱକପ୍‌ରେ ୫୦ରୁ ଅଧିକ ଛକା ମାରିଥିବା ଏକମାତ୍ର ବ୍ୟାଟର ମଧ୍ୟ ସେ। ରୋହିତଙ୍କ ପଛକୁ ୪୯ ଛକା ସହ କ୍ରିସ୍‌ ଗେଲ୍, ୪୩ ଛକା ସହ ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ୪୧ ଛକା ସହ ଡେଭିଡ୍‌ ୱାର୍ଣ୍ଣର ଏବଂ ୩୭ ଛକା ସହ ଏବି ଡିଭିଲିୟର୍ସ ରହିଛନ୍ତି।

No photo description available.

କେବଳ ଏତିକି ନୁହେଁ, ଗୋଟିଏ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ରୋହିତଙ୍କ ନାମରେ। ୨୦୨୩ ବିଶ୍ୱକପ୍‌ରେ ୩୧ଟି ଛକା ମାରି ସେ ଏହି ରେକର୍ଡ କରିଥିଲେ। ଭାରତୀୟଙ୍କ ମଧ୍ୟରେ ମଧ୍ୟ ରୋହିତ ଶୀର୍ଷରେ। ତାଙ୍କ ପଛକୁ ସଚିନ ତେନ୍ଦୁଲକର ୨୭, ସୌରଭ ଗାଙ୍ଗୁଲି ୨୫ ଓ ଶ୍ରେୟସ ଆୟର ୨୪ ଛକା ସହ ରହିଛନ୍ତି। ଏହି ତାଲିକାର ଟପ୍‌-୫ରେ ବିରାଟ କୋହଲିଙ୍କ ନାମ ନାହିଁ।

IND vs ENG: Rohit Sharma reveals 'secret mantra' that helped him to bounce  back to form vs England - India Today