ଆଝାରୁଦ୍ଦିନଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗିଲେ କୋହଲି

ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସହ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ବିରାଟ କୋହଲି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ମଇଦାନକୁ ଓହ୍ଲାଇବା ମାତ୍ରେ କୋହଲି ଭାରତୀୟ କ୍ରିକେଟରେ ଏକ ସ୍ୱତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି।

Virat Kohli Once More Reminds Cricket Why Legends Never Fade – The Indian  EYE

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା କୋହଲିଙ୍କ ୪୪ତମ ଦିନିକିଆ ମ୍ୟାଚ୍। ଏହା ସହିତ ଭାରତ ପକ୍ଷରୁ ଏହି ଦଳ ବିପକ୍ଷରେ ସର୍ବାଧିକ ଦିନିକିଆ ଖେଳିଥିବା ଭାରତୀୟ ଖେଳାଳି ହୋଇଛନ୍ତି ସେ। ଏହାପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ଥିଲା। ଆଝାରୁଦ୍ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪୩ଟି ଦିନିକିଆ ଖେଳିଥିଲେ।

Virat Kohli on mindset: “Looking to get better every day…” – The Indian EYE

ଏହି ତାଲିକାରେ କପିଳ ଦେବ ୪୨ଟି ମ୍ୟାଚ୍ ସହ ତୃତୀୟ, ରାହୁଲ ଦ୍ରାବିଡ଼ ୪୦ଟି ମ୍ୟାଚ୍ ସହ ଚତୁର୍ଥ ଏବଂ ଏମ୍‌ଏସ୍‌ ଧୋନି ୩୯ଟି ମ୍ୟାଚ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ସଚିନ ତେନ୍ଦୁଲକର ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩୯ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଦୀର୍ଘ ୨୮ ବର୍ଷ ପରେ ଆଝାରୁଦ୍ଦିନଙ୍କ ରେକର୍ଡକୁ ପଛରେ ପକାଇ ବିରାଟ କୋହଲି ଏହି ନୂଆ ମାଇଲଷ୍ଟୋନ୍ ହାସଲ କରିଛନ୍ତି।

X இல் Tanuj: "Virat Kohli in the photoshoot ahead of the World Cup 2023. -  The King is ready…!!!" / X