ଇସ୍ତଫା ପାଇଁ ସିଇସି ଜ୍ଞାନେଶ କୁମାରଙ୍କୁ ୪୮ ଘଣ୍ଟାର ସମୟ ଦେଲା ସିଜେପି..

ପୁଣି ଏକ ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଲା CJP। ପ୍ରେସମିଟ୍ରେ ଚେତାବନୀ ଦେଲେ CJP ମୁଖ୍ୟ ଅଭିଜିତ୍ ଦୀପକେ। ମୁଖ୍ୟ ନିର୍ବାଚନ କମିଶନରଙ୍କୁ CJPର ୪୮ ଘଣ୍ଟାର ଅଲଟିମେଟମ୍। ଯଦି ୪୮ ଘଣ୍ଟା ମଧ୍ୟରେ ଜ୍ଞାନେଶ କୁମାର ନିଜ ପଦ ନଛାଡ଼ିବେ, ତା’ହେଲେ ସିଜେପି ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନ କରାଯିବ। ଏସ୍ଆଇଆର ଓ ବିଭିନ୍ନ ପ୍ରସଙ୍ଗରେ ଦେଶର ୩ ନିର୍ବାଚନ କମିଶନରଙ୍କ ମଧ୍ୟରେ ମତଭେଦ ଥିବା ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ପ୍ରକାଶ କରିବା ପରେ ସିଜେପି ଏପରି ଚେତାବନୀ ଦେଇଛି। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକୁ ସ୍ଥଗତି ରଖିବାକୁ ମଧ୍ୟ ସିଜେପି ଆହ୍ୱାନ ଦେଇଛି।

ସିଜେପି ପ୍ରତିଷ୍ଠାତା ତଥା ଆବାହକ ଅଭିଜିତ ଦୀପକେ ଆୟୋଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ସଂଗଠନ ଦିଲ୍ଲୀ ଓ ଦେଶର ସବୁ ସ୍ଥାନରେ ଧାରଣାରେ ବସିବ। ସିଜେପିର ସହ ଆବାହକ ସୌରଭ ଦାସ ୩ଟି ଦାବି ଉପସ୍ଥାପନ କରିଛନ୍ତି।ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା, ଜ୍ଞାନେଶ କୁମାର ଓ ତାଙ୍କୁ ଅନିୟମିତତା କରିବାକୁ ନିର୍ଦ୍ଦେଶ ଦେଇଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ଓ ଆଗାମୀ ବିଧାନସଭା ନିର୍ବାଚନକୁ ଫ୍ରିଜ କରିବା ଭଳି ୩ଟି ଦାବି ସେ ରଖିଛନ୍ତି।ଏହାବାଦ ଏସ୍ଆଇଆର ସହ ଜଡ଼ିତ ସମସ୍ତ ଫାଇଲକୁ ସୁପ୍ରିମକୋର୍ଟ ନେତୃତ୍ୱଧୀନ କମିଟି ହେପାଜତକୁ ପଠାଯାଉ ଓ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ପ୍ରଣୟନ ଆଇନକୁ ରଦ୍ଦ ପାଇଁ ମଧ୍ୟ ସିଜେପି ପକ୍ଷରୁ କୁହାଯାଇଛି।