ଡିଜେ ସାଉଣ୍ଡ ବ୍ୟବହାର କୁ ନେଇ ସରକାର ଙ୍କ ବଡ ନିଷ୍ପତ୍ତି । ଏହାର ବ୍ୟବହାର କୁ ନେଇ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ତେବେ ୬ ସପ୍ତାହ ମଧ୍ୟରେ ଗାଇଡ଼ ଲାଇନ ଆଣିବା ନେଇ ଜଗତସିଂହପୁର ଏସ ଡ଼ିଏମ ଙ୍କୁ ନିର୍ଦେଶ ଦିଆଯାଇଛି ।ଜଷ୍ଟିସ ଆର୍ .କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ୍ ର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଗତ ସେପ୍ଟେମ୍ବର ୧୫ ତାରିଖ ରେ ଡିଜେ ବ୍ୟବହାର ଉପରେ କଟକଣା କଟକଣା ଜାରି କରାଯାଇଥିଲା ।ଶୁଣାଣି ବେଳେ ଏଜିଏ ସର୍ବେଶ୍ୱର ବେହେରା ଡିଜେ ର ପ୍ରଚଣ୍ଡ ଶବ୍ଦ ପାଇଁ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ଅସୁବିଧା ସମ୍ମୁଖୀନ ହେଉଥିବା କୁହାଯାଇଥିଲା ।ତେବେ ଡିଜେ ର ବିକଟାଳ ଶବ୍ଦ , ଶବ୍ଦ ପ୍ରଦୂଷଣ ର କାରଣ ହେଉଥିବାରୁ ଲାଗିଥିବା କଟକଣା ଆଇନ ସମ୍ମତ ବୋଲି ସରକାର ଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷରୁ ଡିଜେ ଓ ସାଉଣ୍ଡ ସିଷ୍ଟମ୍ ର ସମ୍ପୂର୍ଣ୍ଣ ବ୍ୟବହାର ବନ୍ଦ କରିବା ବଦଳରେ ନିର୍ଦ୍ଧାରିତ ନିୟମ, ଶବ୍ଦ ସୀମା ଓ ଅନ୍ୟ ମାନଦଣ୍ଡ ମଧ୍ୟରେ ଏହା ବ୍ୟବହାର ପାଇଁ ଅନୁମତି ଦିଆଯିବା ଉଚିତ ବୋଲି ଯୁକ୍ତି ରଖାଯାଇଥିଲା । ୨୦୨୪ରେ ସମାନ ପ୍ରସଙ୍ଗରେ ହାଇକୋର୍ଟ ଗାଇଡଲାଇନ୍ ପାଇଁ ନିର୍ଦେଶ ଦେଇଥିଲେ ଯାହାକି ଏପର୍ଯ୍ୟନ୍ତ ପ୍ରଣୟନ ହୋଇନଥିବା ନେଇ ଅଦାଲତ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।