ଦିଲ୍ଲୀ ଘଟଣା ପରେ ସହର ଗୁଡ଼ିକରେ ଭଙ୍ଗା ହେବ ଦୁର୍ବଳ ଏବଂ ଅସୁରକ୍ଷିତ କୋଠା

ଦିଲ୍ଲୀର ସତ୍ୟ ନିକେତନରେ ସମ୍ପ୍ରତି କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ସାତ ଜଣଙ୍କ ଜୀବନ ଚାଲିଯାଇଛି । ଓଡ଼ିଶା ସରକାର ରାଜ୍ୟବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ସହର ଭିତରେ ଥିବା ଦୁର୍ବଳ କୋଠାଗୁଡ଼ିକୁ ଭଙ୍ଗାଯିବ ଏନେଇ ବଡ଼ ବୟାନ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରଗୁଡ଼ିକରେ ଦୁର୍ବଳ ସରକାରୀ କୋଠାଗୁଡ଼ିକୁ ଭାଙ୍ଗି ଦିଆଯାଉଛି। ଅସୁରକ୍ଷିତ ଘରୋଇ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ମଧ୍ୟ ନୋଟିସ୍ ଜାରି କରାଯିବ।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଅନେକ ଦୁର୍ବଳ ସ୍କୁଲ କୋଠା ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ୍ ପ୍ରଦାନ କରାଯାଇଛି। ସହର ସୀମା ମଧ୍ୟରେ ଥିବା ଅସୁରକ୍ଷିତ କୋଠାଗୁଡ଼ିକୁ ମଧ୍ୟ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମେ ଏହି ବିଷୟ ଉପରେ କଡ଼ା ନଜର ରଖିଛୁ,” ​​ବୋଲି ମନ୍ତ୍ରୀ କହିଛନ୍ତି।