ଗୁରୁଦିବସ ରେ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ ।୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ ।ଶିକ୍ଷକ ଜୀବନର ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମ ରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତାଳାପ କରିବା ସମୟରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି ।ଏକ ମନ , ଏକପ୍ରାଣ ହୋଇ ପାଠପଢିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଛନ୍ତି ।
ଶିକ୍ଷା କେବଳ ଜ୍ଞାନ ପ୍ରଦାନନୁହେଁ ;ଶିକ୍ଷା ହେଉଛି ଉତ୍ତମ ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା । ଗୁରୁଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ ଏକ ପବିତ୍ର ସମ୍ପର୍କ ଯାହା ଏକ ଉତ୍ତମ ଶିଷ୍ୟ ଗଢିବାରେ ସହାୟତା ପ୍ରଦାନ କରିଥାଏ । ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ାକ୍ତର ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୁତିରେ ଗୁରୁ ଶିଷ୍ୟ ସମ୍ପର୍କ ଅତୁଳନୀୟ ।ଆଜିର ଯୁଗ ରେ ମିଜାଇଲ ମ୍ୟାନ ଡାକ୍ତର ଏ ପି ଜେ ଅବଦୁଲ କାଲାମଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଦେଶର ସର୍ବୋଚ୍ଚ ପଦବୀ ରେ ଥାଇମଧ୍ୟ ନିଜକୁ ପ୍ରଥମେ ଜଣେ ଶିକ୍ଷକ ଭାବେ ପରିଚୟ ଦେବାକୁ ଗୌରବ ମନେ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶକରିଥିଲେ ।ତେବେ ରାଜ୍ୟ ର ଶିକ୍ଷାବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କେଜି ରୁ ପିଜି ନିଶୁଲ୍କ ଶିକ୍ଷା ଯୋଜନାର ଗୁରୁତ୍ୱପୂର୍ଣ ସୂଚନା ଦେଇଛନ୍ତି ।ଏହା ଛଡା ୧୨,୦୦୦ କୋଟି ଟଙ୍କାବ୍ୟୟ ରେ ୨୨୦୦ ଟି ବିଶ୍ୱସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଉଛି ଏବଂ ପ୍ରାକ ବିଦ୍ୟାଳୟ ପିଲାଙ୍କ ପାଇଁ ୪୫,୦୦୦ ଶିଶୁବାଟିକା ଖୋଲା ଯାଇଛି ।ତେବେ ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକ ପଦବୀ ପୁରଣ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।ବିଦ୍ୟାଳୟ ର ଗୌରବମୟ ପରମ୍ପରାକୁ ଆଗକୁ ନେବାରେ ଏହି ଆଦର୍ଶ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।