ରାଜଧାନୀରେ ଦୁଇଟି ଘଟଣା ବେଶ ଚର୍ଚ୍ଚା ପାଲଟିଛି। ସାମାନ୍ୟ କଥା କୁ ନେଇ ଆକ୍ରମଣ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ଦୋକାନ ସାମ୍ନାରେ ପରିଶ୍ରା କରିବାକୁ ବାରଣ କରିବାକୁ ଦୋକାନୀ ଙ୍କୁ ଭଙ୍ଗା ବୋତଲ ଭୁସି ହତ୍ୟା ଉଦ୍ୟମ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଗିରଫଓ ସହଯୋଗୀ ଫେରାର ହୋଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଅମିତ ବେହେରା । ସେହିଭଳି ଚନ୍ଦକା ଥାନା ଅଞ୍ଚଳରେ ଚିକେନ ପୋକଡା ଓ ଅଣ୍ଡା ଚପ ଖାଇଲା ଅଭିଯୁକ୍ତ । 150 ଟଙ୍କା ମାଗିବାରୁ ଦୋକାନୀ ଙ୍କୁ ବିୟର ବୋତଲ ଭୁସି ହତ୍ୟା ଉଦ୍ୟମ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦିଲୁ ଦେହୁରୀ।