ତାପସୀ ପନ୍ନୁ ଓ କଙ୍ଗନା ରଣାୱତଙ୍କ କଥା କଟାକଟି । ନିଜର ବିବାଦୀୟ ମନ୍ତବ୍ୟ ତଥା ମୁଫଟ ଅନ୍ଦାଜକୁ ନେଇ ସବୁବେଳେ ଲାଇମ୍ ଲାଇଟ୍ ରେ ରହୁଥିବା ବଲଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ଏକ କଣ୍ଟ୍ରୋଭର୍ସିରେ ଫସିଛନ୍ତି । କିଛିଦିନ ପୂର୍ବରୁ ବାବା ରାମଦେଙ୍କ ସହ ବାକ୍ ଯୁଦ୍ଧ ଚାଲିଥିବାବେଳେ ଏବେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ କୋଲ୍ଡ ୱାର ଚାଲିଛି । ବଲିଉଡରେ କଙ୍ଗନା ଓ ତାପସୀଙ୍କ ପୁରୁଣା ତିକ୍ତତା କାହାକୁ ବା ଅଛପା! ପୁୁଣି ସେହି ଶତ୍ରୁତା ମୁଣ୍ଡ ଟେକିଥିବା ସୋସିଆଲ ମିଡିଆରୁ ଜଣାପଡିଛି ।
ତାପସୀ ନିକଟ ଅତୀତରେ ଏକ ସମ୍ମିଳନୀରେ କଙ୍ଗନା ଓ ତାଙ୍କ ବିଷୟରେ କିଛି କହିଥିଲେ । ଏହା ଦେଖି ଭଡକି ଉଠିଥିଲେ କଙ୍ଗନା, ନିଜ ଇନଷ୍ଟାଗ୍ରାମ ଆଇଡିରେ ତାପସୀଙ୍କୁ କଡା କଟାକ୍ଷ କରିଥିଲେ । କଙ୍ଗନା ତାପସୀଙ୍କ “ଶସ୍ତା କପି” କହିବା ସହ ତାଙ୍କ ସଂସ୍କାର ଉପରେ ପ୍ରଶ୍ନ କରିଛନ୍ତି । ଯାହା ବିବାଦକୁ ବଢାଇଦେଇଛି । ଏକ ସମ୍ମିଳନୀରେ ତାପସୀଙ୍କୁ କଙ୍ଗନାଙ୍କ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ସେ କେବେ କଙ୍ଗନାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିନାହାଁନ୍ତି । ତାଙ୍କ ଅନୁସାରେ ଜଣେ ବ୍ୟକ୍ତିଙ୍କ କଥ।।ର୍ତ୍ତା ଓ ଚିନ୍ତାଧାରା ତାଙ୍କ ପରିବାରର ସଂସ୍କାରକୁ ଦର୍ଶାଇଥାଏ । କିଏ କେଉଁଠାରୁ ଆସିଛି ଓ କାହାର କିଭଳି ମାନସିକତା ତାହା ଦର୍ଶକ ନିଜେ ବିଚାର କରିବେ ବୋଲି ତାପସୀ ପ୍ରତିକ୍ରିୟା ଦେବା ପରେ ଚିଡି ଯାଇଥିଲେ କଙ୍ଗନା ।
କଙ୍ଗନା ସୋିଆଳ ମିଡିଆରେ ଉଲ୍ଲେଖ କରିଛନତ୍ି ଯେ, ‘ବି-ଗ୍ରେଡ’ ଫିଲ୍ମର ପ୍ରଚାର ପାଇଁ ‘ଶସ୍ତା କପି’ ମୋ ନାଁ ବ୍ୟବହାର କରିଛି । ତାପସୀ ସଂସ୍କାର କଥା ଉଠାଇ ତାଙ୍କ ବାପା-ମା’ଙ୍କୁ ଆଗକୁ ଟାଣି ସବୁ ସୀମା ପାର୍ କରିଛନ୍ତି। ସବୁ ବାପା-ମା’ ନିଜ ସନ୍ତାନଙ୍କ ପାଇଁ ଭଲ ଚିନ୍ତା କରନ୍ତି ମାତ୍ର ସେ ତାଙ୍କ ବାପା-ମା’ଙ୍କୁ ପଚାରିବାକୁ ଚାହୁଛନ୍ତି ଯେ ସେମାନେ କାହିଁକି କଙ୍ଗନାଙ୍କ ଭଳି ଜଣେ ସ୍ପଷ୍ଟବାଦୀ ମଣିଷ ତିଆରି କରିପାରିଲେ ନାହିଁ?” ତେବେ ଦୁହିଁଙ୍କ ମଧ୍ୟରେ ୨୦୧୯-୨୦ରୁ ବିବାଦ ଲାଗି ରହିଛି । ପ୍ରଥମେ ୨୦୧୯ରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ପ୍ରଥମ କରି ତାପସୀଙ୍କୁ ‘ଶସ୍ତା କପି’ ବୋଲି କହିଥିଲେ ଓ ପରେ ୨୦୨୦ ରେ ବଲିଉଡରେ ନେପୋଟିଜମ୍ ଓ ଆଉଟସାଇଡର୍ ବିବାଦ ବେଳେ କଙ୍ଗନା ‘ବି-ଗ୍ରେଡ୍ ଅଭିନେତ୍ରୀ’ ବୋଲି ସମ୍ବୋଧନ କରିଥିଲେ । ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ସୁଧାର ଆସିନାହିଁ ।