ମ୍ୟାଚ ସମୟରେ ଅମ୍ପାୟରଙ୍କ ମୁହଁରେ ବଲ୍ ବାଜିବା ଯୋଗୁଁ ଆଇସିୟୁରେ ଭର୍ତ୍ତି

ମ୍ୟାଚ ସମୟରେ ଅମ୍ପାୟରଙ୍କ ମୁହଁରେ ବଲ୍ ବାଜିବା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ପ୍ରିମିୟର ଲିଗ୍ ଏକ ରୋମାଞ୍ଚକର ମ୍ୟାଚ୍ହଠାତ୍ପାଲଟିଗଲା ଭୟଙ୍କର ଘଟଣାରେ ଏକ ବଲ୍ଯେତେବେଳେ ଦ୍ରୁତ ଗତିରେ ଆସି ଅମ୍ପାୟାରଙ୍କ ମୁହଁରେ ବାଜିବା ପରେ ମଇଦାନରେ ଖେଳାଳି ଦର୍ଶକଙ୍କ ମଧ୍ୟରେ ଛାଇଗଲା ଆତଙ୍କ ଏହି ମ୍ୟାଚରେ ଅମ୍ପାୟର ଧର୍ମେଶ ଭାରଦ୍ବାଜଙ୍କୁ ଆଘାତ ଲାଗିଛି ତାଙ୍କୁ ବଲ୍ ବାଜିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଅମ୍ପାୟର ବଲ୍ ବାଜିବାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ହାତରେ ସମୟ ବହୁତ କମ୍ ଥିବାରୁ ବଲ୍ ସିଧାସଳଖ ମୁହଁରେ ବାଜିଛି ରନ ଚେଜ୍ ସମୟରେ ୧୮ ଓଭରରେ ବ୍ୟାଟର ସ୍ପିନର ମୀନାଙ୍କ ବଲକୁ ଷ୍ଟ୍ରେଟ୍ ସଟ୍ ମାରୁଥିଲେ

Watch: Scary scenes in Delhi Premier League 2026 as on-field umpire  Dharmesh Bhardwaj admitted to ICU

ଘଟଣା ଏତେ ଗମ୍ଭୀର ଥିଲା ଯେ ଆହତ ଅମ୍ପାୟାର ଧର୍ମେଶ ଭାରଦ୍ୱାଜଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ICUରେ ଭର୍ତ୍ତି କରାଯାଇଛି ଏହି ଘଟଣା ପରେ ମ୍ୟାଚ୍ ଫଳାଫଳ ଠାରୁ ଅଧିକ ଅମ୍ପାୟାରଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି ଏହି ସମୟରେ ବଲ୍ ସିଧାସଳଖ ଯାଇ ଅମ୍ପାୟରଙ୍କ ମୁହଁରେ ବାଜିଥିଲା ଅମ୍ପାୟରଙ୍କୁ ବଲ୍ ବାଜିବା ନେଇ୍ ବ୍ୟାଟର ଚିନ୍ତିତ ହୋଇପଡିଛନ୍ତି ତାଙ୍କ ମୁହଁରେ ଜୋରରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭତ୍ତିର୍ କରାଯାଇଛି ତେବେ ଦିଲ୍ଲୀ ପ୍ରିମିୟର ଲିଗ ତରଫରୁ ଅମ୍ପାୟରକୁ ନେଇ ଏବେ ବି କୌଣସି ଅଫିସିଆଲ ସୂଚନା ସେୟାର କରାଯାଇନାହିଁ