ବିଶ୍ୱ ଆଦିବାସୀ ଦିବସ ପାଳିତ

ନବରଙ୍ଗପୁର ଠାରେ ବିଶ୍ୱ ଆଦିବାସୀ ଦିବସ ମହା ସମାହାରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ବିଧାୟକ ମନୋହର ରନ୍ଧାରୀ, ବିଧାୟକ ନରସିଂହ ଭତ୍ରା ସହ ପୂର୍ବତନ ଜନ ପ୍ରତିନିଧି ଯୋଗ ଦେଇଥିଲେ । ଜିଲ୍ଲାର ହଜାର ହଜାର ସଂଖ୍ୟାରେ ୧୪ ଗୋଟି ଆଦିବାସୀ ସମାଜରୁ ସମ୍ମିଳତ ହୋଇଥିଲେ । ସହରର ଚାମୁରିଆ ଗୁଡା ଠାରୁ ସର୍କିଟ ହାଉସ ନିକଟ ପଡ଼ିଆରେ ଏକ ସଭାର ଆୟୋଜନ କରିଥିଲେ । ଆଦିବାସୀ ମାନଙ୍କ ପରମ୍ପରା ଭାବେ ପ୍ରତ୍ୟକ ବାଦ୍ୟଯନ୍ତ୍ର ସହ ନାଚଗୀତରେ ସହର ସାରା କମ୍ପି ଉଠିଥିଲା ।

ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ମାନଙ୍କ ଏକତା ଓ ବିକାଶ କିଭଳି ଭାବେ ହୋଇ ପାରିବ ଏହା ପାଇଁ ଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଆଦିବାସୀ ମାନଙ୍କ ପ୍ରତ୍ୟକ କ୍ଷେତ୍ରରେ ସରାଂକ୍ଷଣ ବ୍ୟବସ୍ଥା ଅଧିକ କରାଯାଇଛି ବୋଲି ମଧ୍ୟ କହିଛନ୍ତି । ଆଦିବାସୀ ମାନଙ୍କ ଅଧିକାର ପାଇଁ ବିଶେଷତଃ ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରଙ୍କ ନିକଟରେ ଦାବି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଆଦିବାସୀଙ୍କ ଅଧିକାର ପାଇବା ପାଇଁ ସରକାରଙ୍କୁ ଓ ପ୍ରଶାସନ ନିକଟରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ବିଧାୟକ ମନୋହର ରନ୍ଧାରୀ ଓ କଂଗ୍ରେସ ସଭାନେତ୍ରୀ ଡ଼ଃ ଲିପିକା ମାଝୀ କହିଛନ୍ତି ।