ଶିକ୍ଷକଙ୍କୁ ଦୁର୍ବବ୍ୟବହାର କରି ଅଭିଯୁକ୍ତ ଗିରଫ

ମହଙ୍ଗା ପଡିଲା ଶିକ୍ଷକଙ୍କୁ ଅଶ୍ଳିଳ ଗାଳିଗୁଲଜ କରିବା, ଅଭିଯୁକ୍ତ ଗିରଫ, ସତ୍ୟବାଦୀ ଥାନାରେ ହୋଇଥିବା ଏକ ସଙ୍ଗୀନ ଅଭିଯୋଗକୁ ଆଧାର କରି ସତ୍ୟବାଦୀ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ଥାନୀୟ ଏକ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ଧମକ ଚମକ ଦେବା ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସୂଚନାଯୋଗ୍ୟ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ବାଲିଘାଟ (ସର୍ବୋଦୟ ନଗର)ର ଶ୍ରୀ ସୁରେଶ ସ୍ୱାଇଁ (୪୨ ବର୍ଷ, ପିତା- ସ୍ୱର୍ଗତ ତ୍ରିନାଥ ସ୍ୱାଇଁ) ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି।

​ଅଭିଯୋଗ ଅନୁଯାୟୀ, ଶ୍ରୀ ସୁରେଶ ସ୍ୱାଇଁ ସତ୍ୟବାଦୀ ଥାନା ଅଧୀନସ୍ଥ ଶୁକଳ ଗ୍ରାମ ପଞ୍ଚାୟତର ‘ଦୁର୍ନୀୟା ଦେବ ନୋଡାଲ୍ ଉଚ୍ଚ ବିଦ୍ୟାଳୟ’ରେ ଶାରୀରିକ ଶିକ୍ଷକ (PET) ଭାବେ କାର୍ଯ୍ୟ କରନ୍ତି । ତେବେ ସେ ବିଦ୍ୟାଳୟ ରେ କାମ କରୁଥିବା ବେଳେ, ବାସୁଦେବପୁର (ଶୁକଳ) ଗ୍ରାମର ଅଂଶୁମାନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ହଠାତ୍ ସ୍କୁଲ୍ ଅଫିସ୍ ଭିତରକୁ ପଶି ଆସିଥିଲା ସେଠାରେ ଅନ୍ୟ ଶିକ୍ଷକମାନଙ୍କ ଉପସ୍ଥିତିରେ ଅଭିଯୁକ୍ତ ଜଣକ ଶ୍ରୀ ସୁରେଶ ସ୍ୱାଇଁଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିବା ବେଳେ  ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ସତ୍ୟବାଦୀ ଥାନାରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି ।