ଚାମେଲିଙ୍କୁ ଜିରୋରୁ ହିରୋ ବନାଇଦେଲା ବିଜେଡି ! ଏବେ ଚର୍ଚ୍ଚାରେ ମହିଳା ସରପଞ୍ଚ

ଚାମେଲି ପ୍ରସଙ୍ଗକୁ ନେଇ ମହାକାଳପଡାରେ ରାଜନୀତି ଚରମରେ। ସହାନୁଭୂତିରୁ ସେଲିବ୍ରିଟି ପର୍ଯ୍ୟନ୍ତ… ଚାମେଲିଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା ? ଏଠି ଦୋଷୀ କିଏ, ପୋଲିସ ନା ବିରୋଧୀ ନେତା । ଚାମେଲିଙ୍କୁ ଅସ୍ତ୍ର କରି ବିଜେପି ସରକାର ଓ ସ୍ଥାନୀୟ ବିଧାୟକଙ୍କୁ ବଦନାମ କରିବାର ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣିଛନ୍ତି ମହାକାଳପଡାର କିଛି ସଚେତନ ନାଗରିକ। ସେମାନଙ୍କ ଦାବି, ଘଟଣା ପରେ ଚାମେଲିଙ୍କୁ ନେଇ ଏଭଳି ପ୍ରଚାର କରାଯାଉଛି ଯାହା ଏବେ ତାଙ୍କୁ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେଇଛି। ସେ ଜିରୋରୁ ହିରୋ ବନିଯାଇଛନ୍ତି । ଯଦି ବିରୋଧି ଦଳ ବିଜେଡି ଚମେଲିଙ୍କ ପ୍ରସଙ୍ଗକୁ ଚର୍ଚ୍ଚିତ କରିନଥାନ୍ତେ, ତାହାଲେ ହୁଏତ ରାତାରାତି ଚମେଲି ଷ୍ଟାର ବନିଯାଇନଥାନ୍ତେ । ଚାମେଲି ଘଟଣାକୁ ଆଧାର କରି ବିଜେଡି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଏହାକୁ ରାଜନୈତିକ ମୁଦ୍ଦା କରାଯାଇ ବିଜେପି ସରକାର ଓ ସ୍ଥାନୀୟ ବିଧାୟକଙ୍କ ଛବି ଖରାପ କରିବାର ଉଦ୍ୟମ ହେଉଥିବା ସେମାନଙ୍କ ଦାବି।

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌ – Odisha Khabar

ଚାମେଲିଙ୍କୁ ଆଗରେ ରଖି କିଛି ନେତା ନିଜର ରାଜନୈତିକ ଏଜେଣ୍ଡା ଆଗକୁ ବଢ଼ାଉଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଫଳରେ ମୂଳ ଘଟଣାଠାରୁ ଅଧିକ ରାଜନୈତିକ ବୟାନବାଜି ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିବାବେଳେ ଅନପଟେ ଏହି ଗସ୍ତ ପରେ ଚାମେଲି ନିଜର ଦାବି ଦେଶର ମୁଖିଆଙ୍କ ଆଗରେ ଉପସ୍ଥାପନ କରିବାକୁ ଚାହୁଁଥିବା ନେଇ ବିଭିନ୍ନ ଆଲୋଚନା ହେଉଛି। ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି।

ତେବେ ଚାମେଲି ପ୍ରସଙ୍ଗକୁ ନେଇ ଅଭିଯୋଗ ଓ ପ୍ରତିଅଭିଯୋଗର ରାଜନୀତି ଯେତେ ଜୋର ଧରୁଛି, ସେତେ ଏହା ମହାକାଳପଡାର ରାଜନୀତିକ ପରିବେଶକୁ ସରଗରମ କରୁଛି। ଏବେ ସମସ୍ତଙ୍କ ନଜର ରହିଛି ଏହି ପ୍ରସଙ୍ଗର ପରବର୍ତ୍ତୀ ମୋଡ଼ ଉପରେ।