କଟକ ଜିଲ୍ଲାର କଟକ ସଦର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଳକ ଅଧିନସ୍ତ ମହମ୍ମଦପୁର ପଞ୍ଚାୟତ କଲ୍ୟାଣ ମଣ୍ଡପକୁ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଏବଂ ସନ୍ନମାନୀୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଉଦଘାଟନ କରଥିଲେ |ସୂଚନା ମୁତାବକ ଦୀର୍ଘ ଦିନ ହେବ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିତକୋଇଲି ବ୍ଳକ ଅଧିନସ୍ତ ମହମ୍ମଦପୁର ପଞ୍ଚାୟତରେ କଲ୍ୟାଣମଣ୍ଡପ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ | ଗରିବ ଲୋକ ମାନେ ପୁଅ, ଝିଅ, ବିବାହାଘର ସହ ଅନ୍ୟାନ କାର୍ଯ୍ୟକ୍ରମ ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଉଥିଲେ |
ରାଜ୍ୟ ସରକାର କଲ୍ୟାଣ ମଣ୍ଡପ ପାଇଁ ଅର୍ଥ ମଞ୍ଜୁର କରିବା ପରେ ପଞ୍ଚାୟତ ବାସୀଙ୍କ ଦାବି ପୂରଣ ହୋଇଛି |ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତ ହରି ମହତାବ, ସନ୍ନମାନୀୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠି ଯୋଗ ଦେଇ କଲ୍ୟାଣ ମଣ୍ଡପ ଉଦଘାଟନ କରିବା ସହ ଉପସ୍ଥିତ ଥିବା ମା ମାନେ କି ଭଳି ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ଆଗାମୀ ଦିନରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଭିଭାଷଣ ରେ କଟକ ସାଂସଦ ଓ କଟକ ସଦର ବିଧାୟକ ପ୍ରକାଶ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ପିଡି, ନିଶ୍ଚିନ୍ତକୋଇଲି ବିଡ଼ିଓ,ସରପଞ୍ଚ ଏବଂ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ |