କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁ ରେ ଆଜକୁ ପ୍ରାୟ ୧୬/୧୭ ବର୍ଷ ହେଲା ବଡ଼ ଧୁମଧାମରେ ପାଳିତ ହେଉଛି ରଜପର୍ବ। ଗାଁ ର ଝିଅ,ପୁଅ ଓ କୂଆଁରି ମାନେ ଏହି ରଜପର୍ବ କୁ ଧୁମଧାମରେ ପାଳନ କରନ୍ତି। ରଜ ପର୍ବ ତିନିଦିନ ବ୍ୟାପୀ ଗାଁ ଦାଣ୍ଡ ସଜେଇ ହୋଇଥାଏ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗ ବ୍ୟାନର ସାଙ୍ଗକୁ ଭଳିକି ଭଳି ଫୁଲ। ପ୍ରାୟ ଏକ ମାସ ଧରି ନାଚ, ଗୀତ ରେ ପ୍ରାକଟିସ କରୁଛନ୍ତି ଗାଁ ର ଝିଅ ଓ ପୁଅ ମାନେ। ପ୍ରତ୍ୟେକ ଦିନ ଅପରାହ୍ନ ରେ ନୃତ୍ୟ ଗୁରୁ ପିଲାମାନଙ୍କୁ ନୃତ୍ୟ ଶିଖାଉଛନ୍ତି। ଗୁରୁ ଙ୍କ ତାଳରେ ତାଳ ମିଳେଇ ଅଭ୍ୟାସ କରୁଛନ୍ତି ଗାଁ ର ଝିଅ ଓ ପୁଅ ମାନେ।
ଗାଁ ଦାଣ୍ଡରେ ପୋତା ଗଲାଣି ବାଉଁଶ ଖୁଣ୍ଟ, ଯାହାକି ଆଗକୁ ରଜ ଦୋଳି କାର୍ଯ୍ୟ ରେ ବ୍ୟବହାର କରାଯିବ। ପିଲାମାନେ ନିଜର ପାଠ ପଢ଼ା କୁ ଗୁରୁତ୍ବ ଦେବା ସହ ନୃତ୍ୟ ଗୀତ ରେ ଅପରାହ୍ନ ରେ ସମୟ ଦେଉଛନ୍ତି। ଗ୍ରାମାଞ୍ଚଳରେ କୁନି କୁନି ଝିଅ ଓ ପୁଅ ମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା କଳା ଏହି ରଜ ମହୋତ୍ସବ ରେ ପରିପ୍ରକାଶ ହେବ। ଗୋପପୁର ଗାଁ ଆବାଳବୃଦ୍ଧବନିତା ରଜ ପର୍ବ ର ତିନି ଦିନ ବ୍ୟାପୀ ଗାଁ ରେ ସମୟ କଟାନ୍ତି। ଯିଏ ଯେଉଁଠି ଥାଉନା କାହିଁକି ଏହି ରଜପର୍ବ ରେ ସେମାନେ ନିଶ୍ଚିତ ଗାଁ କୁ ଆସନ୍ତି ଏବଂ ଧୁମଧାମରେ ରଜପର୍ବ ପାଳନ କରନ୍ତି।