ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ରାସ୍ତା ରୋକ

ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ରାସ୍ତା ରୋକ । ୩ ଦିନ ଧରି ବିଦ୍ୟୁତ ସେବା ବନ୍ଦ ଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଜଙ୍ଗମୁସାହି ଛକରେ ଅଞ୍ଚଳବାସୀଙ୍କ ରାସ୍ତା ରୋକ ଆନ୍ଦୋଳନ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ ୩ ଦିନ ଧରି ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବାରୁ ପାଣି ସମସ୍ୟା ସହ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିବାରୁ ଲୋକମାନେ କ୍ଷୁବ୍ଧ ହୋଇ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବ୍ୟାହତ ହୋଇଥିଲା। ପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି।