ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ପଞ୍ଚାୟତର ଖବରସାଲ ନିକଟରୁ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଦିଗସିରା ଗ୍ରାମର ପ୍ରମୋଦ ତାଣ୍ଡି । ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଘୁନସର ଗ୍ରାମର କିଛି ଲୋକ ଖବରସାଲ ନିକଟରେ ମୃତଦେହ ପଡିଥିବା ଦେଖି ତୁରନ୍ତ ସଇଁତଲା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପ୍ରମୋଦ କିପରି ଓ କେଉଁ ପରିସ୍ଥିତିରେ ଖବରସାଲ ନିକଟରେ ପହଞ୍ଚିଲେ ତାହା ଜାଣିବା ପାଇଁ ପୋଲିସ ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କୁ ପଚରାଉଚରା କରୁଛି।