ରାତିରେ ଚାଲିଥିଲା ବେଆଇନ ବାଲି ଚୋରା ଚାଲାଣ। ଖବର ପାଇ ମାଡ଼ିବସିଲା କପ୍ତିପଦା ପୋଲିସ। କପ୍ତିପଦା ଥାନା ସୁଡ଼ସୁଡ଼ିଆ ଗ୍ରାମ ଦେଇ ଚୋରା ବାଲି ଚାଲାଣ ହେଉଥିବା ପୋଲିସ ବିଳମ୍ବିତ ରାତିରେ ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ଚଢ଼ାଉ କରି ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଟ୍ରାକ୍ଟର ଟିକୁ ପୋଲିସ ଜବତ କରି ଥାନାକୁ ଆଣିଛି। ସେପଟେ କେଉଁ ଘାଟ ରୁ ବାଲି ଚୋରା ଚାଲାଣ ହେଉଥିଲା ଏବଂ ପରମିଟ ନ ଥାଇ ଏହି ବାଲି କେଉଁ ଅଞ୍ଚଳ କୁ ଯାଉଥିଲା ତାହାର ଖୋଳତାଡ଼ କରୁଛି ପୋଲିସ। ସେପଟେ ଜବତ ବାଲି ଟ୍ରାକ୍ଟର ମାଲିକ ଏକ ପରମିଟ ଆଣି ଥାନାରେ ଦାଖଲ କରିଥିବା ବେଳେ ଉକ୍ତ ପରମିଟ ନକଲି ହୋଇଥିବା ସନ୍ଦେହ କରି ତାହାର ତଦନ୍ତ ନିମନ୍ତେ ଖଣି ବିଭାଗ କୁ ପରମିଟ ପଠା ଯାଇଥିବା କହିଛି ପୋଲିସ।