ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ବଳି ପଡିଲେ ଓଡିଆ ଯୁବକ

ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଋଷ ର ଏକ କମ୍ପାନୀ କାମ କରୁଥିଲେ । ଏକ ମାସରୁ ଅଧିକ ସମୟ ଧରି ଋଷରେ ଘରୋଇ କମ୍ପାନିରେ କାମ କରୁଥିଲେ । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା ।

ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ ଆଟାକରେ ତାଙ୍କର ମୃତ୍ୟୁ ହୋଇଛି । କମ୍ପାନିରେ କାମ କରୁଥିବାବେଳେ ଡ୍ରୋନ୍ ମାଡ଼ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଅନେକ ଯୁବକ କମ୍ପାନୀ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତର ନିକଟସ୍ତ ମେଡ଼ିକାଲ ଭର୍ତ୍ତି କରାଯାଇଥିଲା । ମାତ୍ର ଏ. ରାମେୟା ମୃତ୍ୟୁ ହୋଇଛି । ଘରର ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ପରିବାର ଭାଙ୍ଗି ପଡିଛନ୍ତି ।