ସୁନାଖଳା ପାହାଡ଼ରେ ବାଘ ବସିଥିବା ଭିଡିଓ ଭାଇରାଲ

ଗଂଜାମ ଜିଲ୍ଲା ସୁନାଖଳା ପାହାଡ଼ରେ ବାଘ ଆତଙ୍କ । ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିନ ଲଙ୍କା-ସୁନାଖଳା ପାହାଡ଼ ଉପରେ ଏକ କଲରାପତିରିଆ ବାଘ ବସିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବନବିଭାଗକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି । ବନ ବିଭାଗ ପକ୍ଷରୁ ଲଙ୍କା ଗ୍ରାମ ସହିତ ଆଖପାଖ ଗାଁରେ ଲୋକଙ୍କୁ ସଚେତନ କରାଯାଇଛି । ତେବେ ତାହା ବାଘ ନା ଆଉ କେଉଁ ପଶୁ ତାହା ସ୍ପଷ୍ଟ ହୋଇ ପାରିନାହିଁ ।

What's the Difference Between a Cheetah and a Leopard? | Explained, Speed,  Spots, & Facts | Britannica

ସେହି ଭଳି ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ । କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି । ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିବା ସହ ତଦନ୍ତ ଜାରି ରହିଛି । ଏହା ଏକ କଲରାପତିଆ ବାଘର ପାଦଚିହ୍ନ ବୋଲି ଅନୁମାନ କରାଯାଉଛି ।  ଖୁବଶୀଘ୍ର ଅଞ୍ଚଳରେ କ୍ୟାମେରା ଲଗାଯିବା ସହ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ।

Fichier:Namibie Etosha Leopard 01edit.jpg — Wikipédia