ଗିଫ୍ଟ କଲେଜର ବାର୍ଷିକ ଉତ୍ସବ ଲେଲିହାନ ୨୦୨୬

ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଭୂବନେଶ୍ଵରର ଗଙ୍ଗପଡ଼ାସ୍ଥିତ ଗିଫ୍ଟ ସ୍ୱୟଂଶାସିତ କଲେଜର ବାର୍ଷିକ ଉତ୍ସବ “ଲେଲିହାନ”- ୨୦ ୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଗିଫ୍ଟର ଡାଇରେକ୍ଟର ଡଃ. ପତିତପାନବ ପଣ୍ଡା, ଅଧ୍ୟକ୍ଷ ଡଃ, ତ୍ରିଲୋଚନ ସାହୁ, ଜିନ ଏକାଡ଼େମିତ ଡଃ. ଆର୍.ଏନ୍. ପଣ୍ଡା, ରେଜିଷ୍ଟ୍ରର ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଓଏସ୍‌ଡ଼ି  ସମୀର ରଞ୍ଜନ ପଣ୍ଡା, ଷ୍ଟୁଡ଼େଟ ଓ ଏଲ୍‌ଫେୟାର ପ୍ରଫେସର୍ ସୌମେନ୍ଦ୍ର ବେହେରା ଏବଂ ଏସ୍‌ପିଓସି ପ୍ର. ବାଲାଜୀ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଭାବେ ଆର୍ସେଲର ମିତ୍ତଲ ନିପନ୍ନ ଷ୍ଟିଲ ଇଣ୍ଡିଆ ଲିମିଟେଡ୍‌ର ମୁଖ୍ୟ ଏଚ୍ଆର ଡଃ. ଦେବବ୍ରତ ଦାଶ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ପରିପେକ୍ଷୀରେ ଶିକ୍ଷାନୁଷ୍ଠାନ ସହ ୧୦ ବର୍ଷ ଧରି ଜଡ଼ିତ ଥିବା କର୍ମକର୍ତ୍ତାଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ର.ଆଦିତୀ ପଟ୍ଟନାୟକ, ବିକ୍ରମ କେଶରୀ ରାଉତ, ପ୍ରଣତୀ ମିଶ୍ର, ମିନତା ପ୍ରଧାନ, ଡଃ ଅମିତା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।