ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦୋଳଉତ୍ସବ 2026 ଶୁଭାରମ୍ଭ । ଦୋଳବନ୍ଧ ନିକଟରେ ଦୋଳ ଉନ୍ନୟନ କମିଟି, ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ତଥା ପାରଳାଖେମୁଣ୍ଡି ପୌର ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୋଳ ଉତ୍ସବର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ରାମାସ୍ୱାମୀ ମନ୍ଦିରରୁ ପ୍ରଭୁ ରାମାସ୍ୱାମୀ ରାଜ ନହର ଯାଇ ନୀତିକାନ୍ତି ସହ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରି ଠାକୁରଙ୍କୁ ଆଣି ପୂଜା ମଣ୍ଡପରେ ବିଜେ କରାଇ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ଜେନା, ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭରମ୍ଭ କରିଥଲେ। ଦୋଳତ୍ସବ କମିଟିର ସମସ୍ତ ଆୟୋଜକ ଯୋଗଦାନ କରିଥିଲେ।ସଂସ୍କୃତି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଭକ୍ତି ସଙ୍ଗୀତ ଗାନ ସହ ନୃତ୍ୟ ପରିବେଷଣ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରା