ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ  

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଅଙ୍କିତା ହାଂସଦାଙ୍କ ଅକାଳ ବିୟୋଗରେ, ଦୁଃଖ ପ୍ରକାଶ କଲେ ଆଇନ ମନ୍ତ୍ରୀ ପୃଥ୍ବିରାଜ୍ ହରିଚନ୍ଦନ  । ସୋସିଆଲ୍ ମିଡିଆର ପୋଷ୍ଟ ମାଧ୍ୟମରେ ମନ୍ତ୍ରୀ ଲେଖିଛନ୍ତି, “ ଅଙ୍କିତା ହାଂସଦାଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ” । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ, ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ପରିବାରକୁ ଧୈର୍ଯ୍ୟ ରଖିବାକୁ ଶକ୍ତି ଦିଅନ୍ତୁ ।