ନୂଆଦିଲ୍ଲୀ: ଜାତୀୟ ବଜେଟ୍ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅର୍ଥ ମନ୍ତ୍ରଣାଳୟ ଜୋରସୋରରେ ଚାଲିଛି, ଏବଂ ସବୁଥର ପରି ଏହି ବର୍ଷ ମଧ୍ୟ ଦେଶର ହିସାବ ଫେବୃଆରୀ ୧ ତାରିଖରେ ସଂସଦରେ ଉପସ୍ଥାପିତ ହେବ। କିନ୍ତୁ ଆପଣ କେବେ ଭାବିଛନ୍ତି କି ବଜେଟ୍ ଉପସ୍ଥାପନ ପାଇଁ ଫେବୃଆରୀ ୧ ତାରିଖକୁ କାହିଁକି ବାଛାଯାଇଛି? ଏହି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ପ୍ରାୟତଃ ଉଠେ। ଏହା ବ୍ୟତୀତ, ଆଗାମୀ ୨୦୨୬ ବଜେଟ୍ ରୁ ଶ୍ରମିକ ଏବଂ ମଧ୍ୟବିତ୍ତ ପରିବାରମାନେ କି ପ୍ରକାରର ଟିକସ ରିହାତି ଆଶା କରିପାରିବେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଏହି ବାର୍ଷିକ ବଜେଟ ଅଧିବେଶନ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖରେ ଆୟୋଜିତ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହା ଫେବୃଆରୀ ୧ ତାରିଖରେ ଅନୁଷ୍ଠିତ ହେବ । ୨୦୧୭ରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏ ନେଇ ଏକ ବଡ଼ ଘୋଷଣା କରିଥିଲେ । ଫେବୃଆରୀ ମାସର ଶେଷ କାର୍ଯ୍ୟ ଦିବସରେ ବଜେଟ ଉପସ୍ତାପନ କରାଯିବ ନାହିଁ ବୋଲି କହିଥିଲେ ଜେଟଲୀ । ବଜେଟ ଏପରି ଏକ ଦସ୍ତାବିଜ, ଯାହା ଅନୁସାରେ, ସରକାର ଆଗାମୀ ଆର୍ଥିକ ବର୍ଷ ମଧ୍ୟରେ ଅନୁମାନିତ ବ୍ୟୟ ଏବଂ ରାଜସ୍ୱ ଉପସ୍ଥାପନ କରିଥାନ୍ତି । ଏହାପରେ ଏହାକୁ ସଂସଦ ତରପରୁ ମଞ୍ଜୁରୀ ମିଳିଥାଏ । ଏହି ପରମ୍ପରା ୧୮୬୦ ଦଶକରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।

ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ, ବ୍ରିଟିଶ ଶାସନ ଅନୁସାରେ, ଔପନିବେଶ ଯୁଗରେ ଲାଗୁହୋଇଥିଲା । ୯୨ ବର୍ଷ ପୁରୁଣା ପ୍ରଥାକୁ ସମାପ୍ତ କରିବା ପାଇଁ ବଜେଟ ମାସର ଶେଷ ଦିନ ପରିବର୍ତ୍ତେ ଫେବୃଆରୀ ୧ ତାରିଖରେ ଉପସ୍ଥାପନ କରାଯାଏ । ଏହା ପୂର୍ବରୁ ଫେବୃଆରୀ ଶେଷ ଦିନରେ ଉପସ୍ଥାପନ କରଯାଉଥିଲା । ତେଣୁ ସରକାରଙ୍କ ନିକଟରେ ଏପ୍ରିଲ ୧ରୁ ଲାଗୁ କରାଯିବା ପାଇଁ ବିଭିନ୍ନ ନୂଆ ନୀତି ପ୍ରସ୍ତୁତ କରିବା ପାଇଁ କୁବ କମ୍ ସମୟ ବାକି ରହିଥିଲା । ତେଣୁ ଏହାକୁ ପରିବର୍ତ୍ତନ କରି ଫେବୃଆରୀ ୧ ତାରିଖ ରଖାଯାଇଥିଲା । ଏହାସହିତ ତତ୍କାଳୀନ ଅର୍ଥମନ୍ତ୍ରୀ ରେଲୱେ ପାଇଁ ଅଲଗା ବଜେଟ ଉପସ୍ଥାପନ କରିବା ପରମ୍ପରା ମଧ୍ୟ ଶେଷ କରିଥିଲେ । ରେଲୱେ ବଜେଟକୁ କେନ୍ଦ୍ରୀୟ ବଜେଟ ସହ ଯୋଡ଼ି ଦେଇଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତେବେ ଚଳତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ତର ପାଇଁ ନିଜର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ୧୯୯୯ ପର୍ଯ୍ୟନ୍ତ ଫେବୃଆରୀ ଶେଷ ଦିନ ସନ୍ଧ୍ୟା ୫ଟାରେ ବଜେଟ ଉପସ୍ଥାପନ କରାଯାଉଥିଲା । ଏହି ତାରିଖ ବ୍ରିଟେନ ସମୟରୁ ଧାର୍ଯ୍ୟ କରାଯାଇଥିଲା ।