ଡକାୟତଙ୍କ ବଡ ଯୋଜନାକୁ ପଣ୍ଡ କଲା ପୋଲିସ୍ । ଧରାପଡିଲେ ୫ ଅପରାଧୀ । ସୂଚନା ଅନୁସାରକେ ହରିପୁର ଓ ଡେଲାଙ୍ଗ ପାର୍ଶ୍ୱକୁ ଯାଉଥିବା ଯାନବାହାନ ଚାଳକଙ୍କ ଉପରେ ଡକାୟତି କରିବା ଉଦ୍ଦେଶ୍ୟରେ ଜଟଣୀ ଅଞ୍ଚଳର ମଣିଆଛକ ଶିବ ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ଏକାଠି ହୋଇଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ପୋଲିସ୍ ଏହାପରେ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ୍ ଟିମ୍ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ଥାନାଧିକାରୀଙ୍କୁ ସୂଚନା ଦେଇ ତାଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଯାଇ ସତର୍କତାର ସହିତ ପାଞ୍ଚ ଜଣଙ୍କୁ କାବୁ କରିଥିଲେ ଓ ପଚରାଉଚରା ସମୟରେ, ଅଭିଯୁକ୍ତମାନେ ଘଟଣାସ୍ଥଳରେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ କିନ୍ତ ପରବର୍ତ୍ତୀ ସମୟରେ ମୋଟରସାଇକେଲ ଚାଳକ ଏବଂ ଚାରିଚକିଆ ଯାନ ଚାଳକମାନଙ୍କଠାରୁ ଡକାୟତି କରିବା ଉଦ୍ଦେଶ୍ୟରେ ସେମାନେ ଏକତ୍ରିତ ହୋଇଥିବା ସ୍ୱୀକାର କରିଥିଲେ।
ତେବେ ଘଟଣାସ୍ଥଳରୁ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଆଇନଗତ ପ୍ରକ୍ରିୟାରେ ଜବତ କରାଯାଇଥିଲା ଗିରଫ ହୋଇଥିବା ଏହି ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଏକାଧିକ ଥାନରେ ମାମଲା ରୁଜ୍ଜୁ ଥିବା ଜଣାପଡିଛି । ଅଭିଯୁକ୍ତ ଜିତେନ୍ଦ୍ର ରାଉତରାୟ ଡକାୟତି ଓ ଅସ୍ତ୍ରଶସ୍ତ୍ର ସହିତ ସଂପୃକ୍ତ ମୋଟ ୦୩ଟି ପୂର୍ବ ଅପରାଧିକ ମାମଲାରେ ଜଡିତ ଥିବା ବେଳେ ଅଭିଯୁକ୍ତ ଅନସାର ସାହା ଡକାୟତି ପ୍ରସ୍ତୁତି, ଚୋରି, ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ସମେତ ମୋଟ ୧୦ଟି ଗୁରୁତର ପୂର୍ବ ଅପରାଧିକ ମାମଲାରେ ଜଡିତ ଠିକ୍ ସେହିପରି ଅଭିଯୁକ୍ତ ସୁଜିତ କୁମାର ବିଶ୍ୱାଳ ୦୨ଟି ପୂର୍ବ ଅପରାଧିକ ମାମଲାରେ ଜଡିତ ଥିବା ବେଳେ, ଅଭିଯୁକ୍ତ ଶ୍ୟାମ ସୁନ୍ଦର ବେହେରା ଓ ମନୋଜ କୁମାର ନାୟକଙ୍କ ଅପରାଧିକ ପୂର୍ବାବଲୋକନ ଯାଞ୍ଚଧୀନ ଅଛି। ଅଭିଯୁକ୍ତମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରାଥମିକ ପ୍ରମାଣ ସ୍ଥାପିତ ହେବା ପରେ, ସମସ୍ତ ଆଇନଗତ ଔପଚାରିକତା ପୂରଣ କରି ଆଜି ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ଷ୍ଟାଲିନ କୁମାର ବିଶ୍ଵାଳ ।