ଜଗତସିଂହପୁରରେ ମକର ମିଳନ ଉତ୍ସବ ସହ ଫକୀର ମୋହନଙ୍କ ଜୟନ୍ତୀ ପାଳନ ହୋଇଛି ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଆଗାମୀ ଓଡିଶା” ପକ୍ଷରୁ ମକର ମିଳନ ଉତ୍ସବ ଏବଂ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଆ ସିନେମା ପ୍ରଯୋଜକ ତଥା ନିର୍ଦ୍ଦେଶକ, ସାହିତ୍ୟିକ ଓ କବି କବିୟତ୍ରୀ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ଆନ୍ଦୋଳନର ବ୍ୟାସକବିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହାବ୍ୟତୀତ ଆଧୁନିକତାର ଛାପ ସହିତ ଓଡ଼ିଆ ପରମ୍ପରା ଓ ସଂସ୍କୃତିଠୁ ଦୁରେଇ ଯାଉଥିବା ଯୁବପୀଢ଼ିଙ୍କୁ ସଠିକ ପଥ ପ୍ରଦର୍ଶନ କରି ଓଡ଼ିଆ ଭାଷାକୁ ଆହୁରି ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିବା ଆଗାମୀ ଓଡିଶା ସଂଗଠନ ଅହରହ କାର‌୍ୟ୍ୟକ୍ରମ ଜାରି ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବକ୍ତବ୍ୟ ଦେଇଥିଲେ । ଏହାସହ ସଭାରେ ଥିବା ଓଡ଼ିଆ ସିନେମା ତଥା ସିରିଏଲ ନିର୍ମାତା ପ୍ରଣବ ଦାସ ଓ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଭାଷା ସାହିତ୍ୟକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ।