ସୁନା ରୂପା ଦରରେ ଲାଗୁନି ବ୍ରେକ୍

ଅଢେଇ ଲକ୍ଷ ଟଙ୍କା ଟପିଲାଣି ରୁପା । ଭୁବନେଶ୍ବରରେ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ରହିଛି ରୁପା କେଜି । ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ରେକର୍ଡ ୨୦ ହଜାର ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁ ରୁପା ଦର ୨, ୭୪, ୦୦୦ ହଜାର ଟଙ୍କାରେ ପହଞ୍ଚିଛି  । ଭୁବନେଶ୍ବରରେ ଡିସେମ୍ବର ୧ ତାରିଖରେ ଏହା କିଲୋଗ୍ରାମ ପିଛା ୧,୯୬,୦୦୦ ଟଙ୍କା ରହିଥିଲା। କିନ୍ତୁ ଗତ ୨୭ ଦିନ ଭିତରେ ଏଥିରେ ୭୮ ହଜାର ଟଙ୍କା ବୃଦ୍ଧି ଘଟିଛି। ଅର୍ଥାତ୍‌ ରୁପା ଦର ଚଳିତମାସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ବଢ଼ିଛି । ଇଲେକ୍ଟ୍ରିକ୍ ଯାନ ଓ ସୋଲାର ଉପକରଣ ଭଳି ଶିଳ୍ପରେ ରୁପା ବହୁଳ ବ୍ୟବହାର ହେଉଥିବାରୁ ଧଳା ମୂଲ୍ୟବାନ ଧାତବର ଚାହିଦା ବଢୁଛି । ସୁନା ତୁଳନାରେ ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକଙ୍କ ଲାଗି ବେଶ ଆକର୍ଷଣୀୟ ହୋଇଛି । ଅନ୍ୟପଟେ ସୁନା ବି ମହଙ୍ଗା ହେଉଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି । ରାଜଧାନୀ ଦିଲ୍ଲୀରେ ସୁନା ଦର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧ ଲକ୍ଷ ୨୯ ହଜାର ୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୪୧ ହଜାର ୨୨୦ ଟଙ୍କା ରହିଛି ।