କୋର୍ ଫାଇଭ୍ ତିଆରି କରୁଛନ୍ତି ଡ୍ରୋନାଲ୍ଡ ଟ୍ରମ୍ଫ

କୋର୍ ଫାଇଭ୍ ଅର୍ଥାତ C5 ତିଆରି କରୁଛନ୍ତି   ଡ୍ରୋନାଲ୍ଡ ଟ୍ରମ୍ଫ। ବୈଶ୍ୱିକ ସ୍ତରରେ ୟୁରୋପର G7କୁ ଟକ୍କର ଦେବାକୁ ଟ୍ରମ୍ପ ଏହି C5 ତିଆରି କରୁଥିବା ଜଣାପଡ଼ିଛି । ଏହି  C5 ଗ୍ରୁପରେ ଆମେରିକା ସହିତ ଅଛନ୍ତି ରୁଷ, ଚୀନ୍, ଭାରତ ଆଉ ଜାପାନ । ବିଶ୍ୱର ଏହି ଟପ୍-5 ଦେଶକୁ ଏକାଠି କରି, ଟ୍ରମ୍ଫ କିଛି ବଡ଼ ଯୋଜନା କରୁଥିବା ଜଣାପଡ଼ିଛି । ତେବେ ଏନେଇ ବିଧିବଦ୍ଧ ଭାବେ କିଛି ବି କୁହାଯାଇନଥିବାବେଳେ, ଆମେରିକାର ଏକ ରିପୋର୍ଟ ଏନେଇ ଖବର ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ନୂତନ ଆମେରିକାର ଜାତୀୟ ସୁରକ୍ଷା ରଣନୀତିରେ ଆମେରିକା, ଚୀନ୍, ରୁଷ, ଭାରତ ଏବଂ ଜାପାନକୁ ନେଇ ଏକ “କୋର୍ ଫାଇଭ୍” କିମ୍ବା C5 ସୃଷ୍ଟି କରିବାର ପ୍ରସ୍ତାବ ଦିଆଯାଇଛି। ଏଗୁଡ଼ିକ ହେଉଛି ୧୦୦ ନିୟୁତରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଏହି ଦେଶଗୁଡ଼ିକ ନିୟମିତ ଭାବରେ G7 ପରି ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଶିଖର ସମ୍ମିଳନୀରେ ସାକ୍ଷାତ କରିବେ। ତେବେ ପ୍ରସ୍ତାବିତ C5ର ପ୍ରାଥମିକ ଏଜେଣ୍ଡା ହେବ ମଧ୍ୟପ୍ରାଚ୍ୟରେ ସୁରକ୍ଷା ।

ବିଶେଷକରି ଇସ୍ରାଏଲ ଏବଂ ସାଉଦି ଆରବ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ଏହାର ଲକ୍ଷ୍ୟ ରହିବ। ବାଇଡେନ ପ୍ରଶାସନ ସମୟରେ ଆମେରିକାର ଜାତୀୟ ସୁରକ୍ଷା ପରିଷଦରେ ୟୁରୋପୀୟ ବ୍ୟାପାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ଟୋର ଟାଉସିଗ ପଲିଟିକୋକୁ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ବିଶ୍ୱକୁ ଭିନ୍ନ ଭାବରେ ଦେଖନ୍ତି। ସେ ଏପରି ଏକ ବିଶ୍ୱ ସୃଷ୍ଟି କରିବାକୁ ଚାହାଁନ୍ତି ଯାହା କୌଣସି ବିଚାରଧାରା ଦ୍ୱାରା ଆବଦ୍ଧ ନୁହେଁ, ଯେଉଁଠାରେ ଶକ୍ତିଶାଳୀ ଦେଶଗୁଡ଼ିକ ଅନ୍ୟ ମହାନ ଶକ୍ତି ସହିତ ମିଶି କାର୍ଯ୍ୟ କରିବେ,  ଯେଉଁମାନେ ସେମାନଙ୍କ ଅଞ୍ଚଳରେ ପ୍ରଭାବ କ୍ଷେତ୍ର ବଜାୟ ରଖିବେ। ସେ କହିଛନ୍ତି ଯେ ୟୁରୋପ ଏହି ତଥାକଥିତ C5ରେ ଅନ୍ତର୍ଭୁକ୍ତ ହେବନି । ଟ୍ରମ୍ପଙ୍କ ପ୍ରଥମ ହ୍ୱାଇଟ୍ ହାଉସର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଥିଲେ ଯେ ନୂତନ ଶକ୍ତି କେନ୍ଦ୍ର ଦ୍ୱାରା ପ୍ରାଧାନ୍ୟିତ ବିଶ୍ୱରେ G7 କିମ୍ବା ଜାତିସଂଘ ସୁରକ୍ଷା ପରିଷଦ ଭଳି ବିଦ୍ୟମାନ ଗଠନକୁ ‘ଉଦ୍ଦେଶ୍ୟ ପାଇଁ ଉପଯୁକ୍ତ ନୁହେଁ’ ବୋଲି ପ୍ରାୟତଃ ଆଲୋଚନା କରାଯାଇଥିଲା। C5 ସମ୍ପୂର୍ଣ୍ଣ ଭାବରେ ୟୁରୋପକୁ ବାଦ ଦେଇ ବିଶ୍ୱର ସର୍ବବୃହତ ପ୍ରତିଷ୍ଠିତ ଏବଂ ଉଦୀୟମାନ ଶକ୍ତିଗୁଡ଼ିକୁ ଏକାଠି କରିବ।