ରାସ୍ତା କଡକୁ ଓଲଟିଲା କାର, କାର ଛାଡି ଚାଲିଗଲେ ଡ୍ରାଇଭର

ରାସ୍ତା କଡକୁ ଓଲଟିଲା କାର, ଦୁର୍ଘଟଣାସ୍ଥଳରେ ଗାଡ଼ି ଛାଡି ପଳାଇଲେ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରାସ୍ତାର ରାମକୁମାରପୁର ନିକଟରେ। କଟକ ଜିଲ୍ଲାର କିଶନନଗର ଥାନା ଅଧିନସ୍ତ କଟକ ପାରାଦ୍ୱୀପ ରାସ୍ତାର ରାମକୁମାରପୁର ଠାରେ ଏକ ମାରୁତି କାର ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇ ରାସ୍ତାର ଏକ ପାର୍ଶ୍ୱକୁ ଓଲଟି ପଡିଥିଲା। ଦୁର୍ଘଟଣାସ୍ଥଳରେ କେହି ନ ଥିବାରୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କିଶନନଗର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ଥିଲା। ଦୁର୍ଘଟଣା ସ୍ଥଳରେ କାର ନିକଟରେ କେହି ନ ଥିବାରୁ କିପରି ଦୁର୍ଘଟଣା ହେଲା, କିଏ କାର ଚାଳକ, ଦୁର୍ଘଟଣା ଗ୍ରସ୍ତ ଗାଡ଼ିର ଆବଶ୍ୟକୀୟ କାଗଜ ପତ୍ର ଠିକ ଅଛି ନାହିଁ ଏଭଳି ବିଭିନ୍ନ ଦିଗକୁ ନେଇ କିଶନନଗର ପୋଲିସ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।