ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି, ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା:- ମଙ୍ଗଳବାର ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ। ଆସନ୍ତା ୧୪ ତାରିଖରେ ହେବ ଭୋଟ୍‌ ଗଣତି। ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନୂଆପଡ଼ା ନ୍ୟାଶନାଲ କଲେଜରେ ଏହି ଭୋଟ ଗଣତି ହେବ। ସକାଳ ୮ଟାରେ ପୋଷ୍ଟାଲ ଗଣତି ହେବାକୁ ଥିବାବେଳେ ସାଢ଼େ ୮ଟାରେ ଇଭିଏମ୍‌ ଖୋଲିବ। ଏନେଇ ଜିଲାପାଳ ସୂଚନା ଦେଇଛନ୍ତି। ଭୋଟ୍‌ ଗଣତି ସମୟରେ ଭିତର ଦାୟିତ୍ୱ ସିଏପିଏଫ୍‌ ଏବଂ ପୋଲିସ ମୁତୟନ ରହିବେ। ମୋଟ୍‌ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା ହୋଇଛି।

Maharashtra, Haryana election results today: BJP looks to bloom again,  Congress hopes for revival

ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍‌, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଥିବା ବେଳେ ୧୪ ତାରିଖ ଦିନ ହେବ ଭୋଟ୍ ଗଣତି।

Delhi Election Result 2025: Check full list of winners and losers in Delhi  elections