ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ!: ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ା ଗାଁରେ କହିଲେ ମୁଖ୍ୟମନ୍ତ୍ରୀ । ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି । ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ । ବିରୋଧୀଦଳ ନେତା ତାଙ୍କ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇକି ଯାଉନାହାନ୍ତି । ନବୀନ ବାବୁ ଯଦି ଆପଣଙ୍କ ଅଞ୍ଚଳକୁ ଆସିବେ ତେବେ କି ଭାଷାରେ କହିବେ । କେବଳ ଇଂଲିଶରେ କହିବେ । ୩୦ ବର୍ଷ ହେଲା ଆସି ଓଡ଼ିଆ ଶିଖିପାରିଲେନି । ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ପାଇଁ ପ୍ରଚାର କରିବାକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନୂଆପଡ଼ାରେ ବିଶାଳ ରୋଡ୍‌ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ୍‌ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ଶୋ’ ହୋଇଛି । ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ସାଂସଦ ମାଳବିକା ଦେବୀ ମଧ୍ୟ ରୋଡ୍ ଶୋ’ରେ ସାମିଲ୍‌ ହୋଇଛନ୍ତି । ରୋଡ୍‌ ଶୋ’ରେ ନବୀନ ବାବୁଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ । ସ୍ବର୍ଗତଃ ରାଜୁ ଢୋଲକିଆ ଅବହେଳାର ଶିକାର ହୋଇଥିଲେ । ଏଥିପାଇଁ ପୁଅ ଜୟ ବିଜେପି ପ୍ରତି ଅନୁପ୍ରାଣିତ ହୋଇଛନ୍ତି . ନିର୍ବାଚନ ପରେ ଜୟ ନୂଆପଡ଼ାରେ ରହି ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।