ନୂଆପଡ଼ା: ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ । ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଅଧିକାରୀ । ଯିଏ ନୂଆପଡ଼ା ଯାଇଛନ୍ତି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସମସ୍ତେ ବାହାରିବେ । ଅସୁସ୍ଥ କହି ଯିଏ ରହିବାକୁ କହିବେ ତାଙ୍କୁ ମେଡିକାଲ ବୋର୍ଡ ପରୀକ୍ଷା କରିବ ବୋଲି ସିଧା ଚେତାବନୀ ଦେଇଛନ୍ତି ନିର୍ବାଚନ ଅଧିକାରୀ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ଜବତ ହେଲାଣି ୧ କୋଟି ୨୨ ଲକ୍ଷ ଟଙ୍କା । ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏଥିସହ ମିଡିଆ କଭରେଜ୍ ଉପରେ ସର୍ତ୍ତ ଲାଗୁ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ସଂପର୍କିତ କୌଣସି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ୍ । ଭୋଟରଙ୍କୁ ପ୍ରଭାବିତ କଲା ଭଳି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ କଲେ ନିର୍ବାଚନ ଅଧିକାରୀ ।