୧୮ ଅକ୍ଟୋବରରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ସାଇବର ସୁରକ୍ଷା ସଚେତନତା ଅଭିଯାନ ପାଳନ

ଭୁବନେଶ୍ୱର:- ବଢୁଥିବା ଟେକ୍ନୋଲୋଜିର ଉପଯୋଗ ଯେତିକି ଜୀବନକୁ ସହଜ କରିଛି ସେତିକି ବିପଦ ସୃଷ୍ଟି କରିଛି । କେତେବେଳେ ସାଇବର ଠକ ଧନ ସମ୍ପତ୍ତି ଲୁଟି ନେଉଛନ୍ତି ତ ଆଉ କେତେବଳେ ଗୋଟିଏ କ୍ଲିକରେ ବ୍ୟକ୍ତିଗତ ଡେଟା ନେଉଛନ୍ତି। ସେଥିରେ ପୁଣି ସାମାଜିକ ଲୋକ ଲଜ୍ଜାର ବିଷୟ ବି ରହୁଛି। ଏଭଳି ସ୍ଥଳରେ ଟେକ୍ନୋଲୋଜିକୁ ପରିହାର କରିବା ସମ୍ଭବ ନୁହେଁ। କିନ୍ତୁ ଉପଯୋଗ ବାବଦରେ ସଚେତନତା ପ୍ରସାର କରାଯିବା ଆବଶ୍ୟକ। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆସନ୍ତା ଏକ ମାସ ଧରି  ସାଇବର ସୁରକ୍ଷା ସଚେତନତା ଆରମ୍ଭ କରିବେ। ୧୮ ଅକ୍ଟୋବରରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ଏହି ସାଇବର ସୁରକ୍ଷା ସଚେତନତା ଅଭିଯାନ ପାଳନ କରାଯିବା। ରାଜ୍ୟର ପ୍ରତିଟି ଜନ ସାଧାରଣଙ୍କ ପାଖରେ ଯେମିତି ଏହି ସଚେତନତାର ବାର୍ତ୍ତା ପହଞ୍ଚିବ ସେଥିଲାଗି ଯତ୍ନବାନ ହେବାକୁ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

Odisha Partners With CK-12 Foundation To Revolutionize School Education Through AI & Free Learning Resources - Interview Times

ଏକ ମାସ ବ୍ୟାପୀ ଚାଲିବାକୁ ଥିବା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ଛାତ୍ର, ବୃତ୍ତିଗତ ମହିଳା, ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକଙ୍କୁ ସାଇବର ବିପଦ, ନିରାପଦ ଡିଜିଟାଲ୍ ଅଭ୍ୟାସ ଏବଂ ସାଇବର ଅପରାଧ ରିପୋର୍ଟ କରିବା ପାଇଁ ବ୍ୟବସ୍ଥା ବିଷୟରେ ସଚେତନ କରାଯିବ। ଅଭିଯାନର ଟ୍ୟାଗ୍‌ ଲାଇନ୍‌ ରଖାଯାଇଛି- ଷ୍ଟପ, ଭେରିଫାଏ, ବି ସିକ୍ୟୁୟର ( ରୁହ, ଯାଞ୍ଚ କର, ସୁରକ୍ଷିତ ରୁହ )   । ଅଭିଯାନରେ  ମାସ୍କଟ  “ସାଇରା”  ବ୍ୟବହୃତ ହେବ । Lockdown: Private school teachers in Telangana not paid

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ ହଷ୍ଟେଲରେ ସଚେତନତା ସହ ବକୃତା ପ୍ରତିଯୋଗିତା ଅନୁ​‌ଷ୍ଠିତ ହେବ। ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରଚାର ପ୍ରସାର କରାଯିବା ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜନପ୍ରତିନିଧିମାନଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ ହେବ।  ଆଶାକର୍ମୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହେବେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପଥପ୍ରାନ୍ତ ନାଟକ ଓ  ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯିବ। ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗର ସହଯୋଗ ନିଆଯିବ। ଅଭିଯାନରେ କୁଇଜ୍ ପ୍ରତିଯୋଗିତା, ଗଣ ଦୌଡ, ପଦଯାତ୍ରା, ଇନ୍ଫୋଗ୍ରାଫିକ୍ସ, ସଚେତନତା ସମ୍ମିଳନୀ, ଟିଭି, ରେଡିଓ, ସିନେମା ହଲ ସମେତ ବିଭିନ୍ନ ଗଣମାଧ୍ୟମରେ ସଚେତନତା ବ୍ୟାପକ କରାଯିବ।