ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ:- ଲୋକଙ୍କ ସମସ୍ୟା ବୁଝ, ଏବଂ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କର । ଏପରିକି ଦୈନିକ ଖବରକାଗଜରେ ବାହାରୁଥିବା ଲୋକଙ୍କ ସମସ୍ୟା ଗୁଡିକୁ ମଧ୍ୟ ସମାଧାନ କର । ଏପରି କିଛି  ବୌଦ୍ଧ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଭାସୀ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ । ସମସ୍ତ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲା ସମ୍ପର୍କିତ ସମସ୍ତ ପ୍ରସାରିତ ଖବର ଓ ସୂଚନା ଉପରେ ସତର୍କ ଦୃଷ୍ଟି ରଖିବେ । ସାମାଜିକ ମାଧ୍ୟମ ଓ ଖବର କାଗଜ ମାଧ୍ୟମରେ ଆସୁଥିବା ଖବର ଯାଞ୍ଚ କରି ଯଦି କୌଣସି ଭୁଲ ଖବର କିମ୍ବା ଭିତ୍ତିହୀନ ଥାଏ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଆଭାସୀ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ବୌଦ୍ଧ ଜିଲ୍ଲାପାଳ । ଏହି ଆଭାସୀ ମିଟିଙ୍ଗ ରେ ବୌଦ୍ଧ ଏଡିମ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଏସପି, ତିନୋଟି ବ୍ଲକର ବିଡ଼ିଓ, ତହସିଲଦାର, ଡିଏଫଓ ରାଜେନ୍ଦ୍ର ଗୋଛାୟତ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନୟନ, ଜଳ ସମ୍ପଦ, ଶ୍ରମ ଅଧିକାରୀ, ବିଦ୍ୟତ ବିଭାଗର ଅଧିକାରୀମାନେ ଯୋଡି ହୋଇଥିଲେ ।