ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଘାସିରାମ ମାଝୀ ନୂଆପଡ଼ା ପାଇଁ କଂଗ୍ରେସ ପ୍ରାର୍ଥୀ । AICC ପକ୍ଷରୁ ଘାସିରାମଙ୍କ ପ୍ରାର୍ଥୀତ୍ୱ ଘୋଷଣା । ଏହା ପୂର୍ବରୁ ଘାସିରାମ ମାଝୀଙ୍କୁ ନୂଆପଡାର ଜିଲ୍ଲା ସଭାପତି ଭାବେ ମନୋନୀତ କରିଥିଲା AICC ।

୨୦୨୪ ନିର୍ବାଚନରେ ନୂଆପଡ଼ାରେ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ। ଦ୍ବିତୀୟ ସ୍ଥାନରେ ରହି ୫୦ହଜାରରୁ ଅଧିକ ଭୋଟ ପାଇଥିଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ । ସେହିପରି ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏଥର କିନ୍ତୁ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ବିଜୟର ସ୍ବପ୍ନ ଦେଖିଛି ।

ଏହାପୂର୍ବରୁ ଘାସିରାମଙ୍କୁ ଟିକେଟ ମିଳିବା ନେଇ ସଙ୍କେତ ଦେଇଥିଲେ ପିସିସି ସଭାପତି । ଘାସିରାମ ନୂଆପଡ଼ା ଜିଲ୍ଲା କଂଗ୍ରେସର ସଂଯୋଜକ ଥିଲେ । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦିଆ ଯାଇ ନଥିଲା । ସର୍ବକ୍ଷମା ପରେ କଂଗ୍ରେସକୁ ଫେରି ଜିଲ୍ଲା ସଂଯୋଜକ ଥିଲେ ଘାସିରାମ ।