ଘୋଷଣା ହେଲା ୨୦୨୫ ପାଇଁ ନୋବେଲ ପୁରଷ୍କାର, ମେଡିସିନ ପାଇଁ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର । ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ନୋବେଲ୍ । ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧିଜନିତ ମେଡିସିନ୍ ଗବେଷଣା ପାଇଁ ନୋବେଲ୍ । ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନସେସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପେରିଫେରାଲ ଇମ୍ୟୁନ ଟଲରେନ୍ସ(ଶରୀରର ବାହାର ଅଂଶରେ ରୋଗପ୍ରତିରୋଧକ ବ୍ୟବସ୍ଥାର ସହନଶୀଳତା) ସମ୍ପର୍କରେ ଗବେଷଣା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଗବେଷଣା ଶରୀରର ରୋଗପ୍ରତିରୋଧ ବ୍ୟବସ୍ଥାକୁ ବୁଝିବାରେ କ୍ରାନ୍ତି ଆଣିଛି । ଏହାଦ୍ଵାରା ରୁମାଟଏଡ ଆର୍ଥାରାଇଟିସ, ଟାଇପ-୧ ଡାଇବେଟିସ ଭଳି ରୋଗର ଚିକିତ୍ସା ପାଇଁ ପଥ ପରିଷ୍କାର କରିବ ।

ବିଶ୍ୱରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ ନୋବେଲ ପୁରସ୍କାର ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର । ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।