ନୂଆପଡା: ବାଜିଲା ନିର୍ବାଚନ ବିଗୁଲ । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ଉପନିର୍ବାଚନ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି । ଆସନ୍ତା ୧୩ରେ ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି । ଅକ୍ଟୋବର ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୨୨ରେ ଯାଞ୍ଚ, ୨୪ ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ନଭେମ୍ବର ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ, ଭୋଟ ଗଣତି ଓ ଫଳାଫଳ ନଭେମ୍ବର ୧୪ ତାରିଖରେ ହେବ । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଅକ୍ଟୋବର ୧୩ ତାରିଖରେ ଜାରି କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦, ତା’ପରେ ଅକ୍ଟୋବର ୨୨ରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୪ ବୋଲି ECI କହିଛି । ଗତ ସେପ୍ଟେମ୍ବର ୮ରେ ନୂଆପଡା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ଆସନ ଖାଲି ପଡିଛି ।

ତେବେ ନୂଆ ପଡ଼ାରେ ଭୋଟର ସଂଖ୍ୟା ୨ ଲକ୍ଷ ୪୮ ହଜାର ୨୫୬ । ପୁରୁଷ ଭୋଟର ଏକ ଲକ୍ଷ ୨୨ ହଜାର ୧୦୩ ମହିଳା ଭୋଟର ଏକ ଲକ୍ଷ ୨୬ ହଜାର ୧୩୨, ତୃତୀୟ ଲିଙ୍ଗି ଭୋଟର ୨୧ ରହିଛନ୍ତି*ସେହିପରି ଭିନ୍ନକ୍ଷମ ଭୋଟର ୪ ହଜାର । ନୂଆପଡାରେ ୩୫୮ ପୁଲିଙ୍ଗ ବୁଥ ରହିଛି, ସେଥିରୁ ୫୮ ଟି ନୂଆ ବୁଥ । କୌଣସି ବୁଥରେ ୧୨୦୦ ରୁ ଅଧିକ ଭୋଟର ନାହାନ୍ତି । ୮୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ପାଇଁ ଘରେ ଭୋଟ ଦେବାର ବ୍ୟବସ୍ଥା ରହିଛି । ସବୁ ବୁଥ ରେ ୱେବ କାଷ୍ଟିଙ୍ଗ ହେବ ଏବଂ ମତ ଦାତା ମାନେ ମୋବାଇଲ ରଖିବା ପାଇଁ ବ୍ୟବସ୍ଥା ହେବ । ଏ ନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ।