ବଣାଇ: କୁଖ୍ୟାତ ନକ୍ସଲ ନେତା ମୁଖଦେବ ଯାଦବ ଓରଫ୍ ତୁଫାନ ନିହତ । ଝାଡ଼ଖଣ୍ଡର ମାନାଟୁ ଥାନା ବାନ୍ସି ଗାଁ ଜଙ୍ଗଲରୁ ମୃତଦେହ ଉଦ୍ଧାର । ପୁଲିସ ଓ ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି (ଟିଏସ୍ପିସି) ସଂଘର୍ଷରେ ମୃତ । ଟିଏସ୍ପିସି ନେତା ତୁଫାନଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର । ଗୋଟିଏ ଇନ୍ସାସ୍ ରାଇଫଲ ଜବତ କଲା ଝାଡ଼ଖଣ୍ଡ ପୁଲିସ । ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ବଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ ।

ସୂଚନା ଅନୁସାରେ, ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏସ୍ପି ରେଶମା ରାମେଶନ, ଅତିରିକ୍ତ ଏସ୍ପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସ୍ଡିପିଓ ଆଇପିଏସ୍ ମହମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ଉଭୟପକ୍ଷରୁ ଗୁଳିଚାଳନା ହୋଇଥିଲା । ଏହି ସଂଘର୍ଷରେ ଟିଏସ୍ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବାବେଳେ ତା’ ସାଥୀମାନେ ଛତ୍ରଭଙ୍ଗ ଦେଇଥିଲେ । ଗୋଟିଏ ଇନ୍ସାସ୍ ରାଇଫଲ ଜବତ କଲା ଝାଡ଼ଖଣ୍ଡ ପୁଲିସ । ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ବଂସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ । ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରିରହିଛି ।