ଭୁବନେଶ୍ଵର: ଘୋଷଣା ହେଲା ବିଜେଡିର ସଭାପତି ଓ ସଭାନେତ୍ରୀ । ଚିନ୍ମୟ ସାହୁ ହେଲେ ବିଜୁ ଯୁବ ଜନତା ଦଳ (BYJD)ର ସଭାପତି ନିଯୁକ୍ତ । ସେହିପରି ଈପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ନିଯୁକ୍ତ । ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଏଥିସହ ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି । ଯୁବ- ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି ଏବଂ ଛାତ୍ର- ଦେବେଶ ଆଚାର୍ଯ୍ୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ବାଳଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି ।