କଟକ: ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ତୋରଣ ନିର୍ମାଣ ପାଇଁ ଆବଶ୍ୟକ ପ୍ରଶାସନର ଅନୁମତି । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ ପ୍ରଶାସନ । ରୋଡ୍କ୍ରସ୍ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର ରହିବ । ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।
ମାନ୍ୟବର କୋର୍ଟ ଆହୁରି କହିଛନ୍ତି ଯେ, ଫୁଟ୍ ପାଥ ଓ ରାସ୍ତା ଉପରେ ହେବନି ତୋରଣ । ଇଲେକ୍ଟ୍ରି ଗେଟ୍ ନିର୍ମାଣ ବେଳେ ଲୋକଙ୍କ ସୁରକ୍ଷା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଲୋକଙ୍କ ସୁରକ୍ଷାକୁ ଆଖିରେ ରଖି ଏନେଇ ଅନୁମତି ଦେବ ପ୍ରଶାସନ । ତେବେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅତିରିକ୍ତ ତାରିଖ ଘୋଷଣା କରିବେ ସରକାର । ଚନ୍ଦ୍ରଗ୍ରହଣ ଲାଗି ଗୋଟିଏ ଅଧିକ ଦିନ ଲୋଡ଼ିଛନ୍ତି କିଛି କମିଟି ।