ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏକାଦଶ ଓ ପୌର ପରିଷଦ ଏକାଦଶଙ୍କ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ
ଗଜପତି:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଗଣମାଧ୍ୟମ ଏକାଦଶ ଓ ମ୍ୟୁନିସିପାଲ କାଉନସିଲ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ମଧ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି କ୍ରିକେଟ ଖେଳି ଖେଳର ଶୁଭ ଆରମ୍ଭ କରିଥିଲେ । ଏହା ପରେ ଦୁଇ ଦଳର ଅଧିନାୟକ ଟଚ୍ ପକାଇ ମ୍ୟାଚ ଆରମ୍ଭ କରିଥିଲେ । ସାମ୍ବାଦିକ ଏକାଦଶ ଟଚ୍ ଜିତି ପ୍ରଥମେ ବେଟିଂ କରି ୧୫ ଓଭରରେ ୯୬ ରନ୍ କରିଥିବା ବେଳେ ପୌର ପରିଷଦ ଏକାଦଶ ୧୧ ଓଭରରେ ୯୭ ରନ୍ କରି ବିଜୟ ହାସଲ କରିଥିଲେ ।