ଭଦ୍ରକ:- ବିପଦ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ୧୮.୩୩ମି ଥିବାବେଳେ ଜଳସ୍ତର ୧୮.୪୨ମି ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷା ଜାରି ରହିଲେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଅନ୍ୟପଟେ, ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଏବଂ ଜଳଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାର ୮ଟି ଗେଟ ଖୋଲାଯାଇଛି । ଜଳଭଣ୍ଡାର ବାମ ପାର୍ଶ୍ବରୁ ୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୫ଟି ଗେଟ୍ ଖୋଲି ଦିଆଯାଇଛି । ହୀରାକୁଦରୁ ଏହିସବୁ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି । ତ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୩ ଫୁଟ୍ ବଢ଼ିଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦.୧୦ ଫୁଟ୍ ରହିଛି । ଡ୍ୟାମକୁ ୨,୪୩,୮୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୬,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ଲଗାଣ ବର୍ଷା ହେତୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ହେତୁ ଏଭଳି ପଦକ୍ଷେପ ନିଆଯାଇଛି ।